Only for Entertainment

ଇଶାନ ଖଟ୍ଟରଙ୍କ ସହିତ ପୁଣିଥରେ ନଜର ଆସିପାରନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ

Hindustan Times
0 37

ବଲିଉଡ ଫିଲ୍ମ ନିର୍ମାତା ବୋନି କପୁର ଏବଂ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ପୁଣିଥରେ ଆଉ ଏକ ନୂଆ ଫିଲ୍ମରେ ଇଶାନ ଖଟ୍ଟରଙ୍କ ସହିତ ନଜର ଆସିପାରନ୍ତି । ଖବର ଅନୁସାରେ ଫିଲ୍ମ ନିର୍ମାତା ଆର ବାଲ୍କୀଙ୍କ ସହିତ ନୂଆ ପ୍ରୋଜେକ୍ଟରେ କାମ କରିପାରନ୍ତି ।

ଆର ବାଲ୍କି ଚିନି କମ, ପା ଏବଂ ‘ପ୍ୟାଡମ୍ୟାନ’ ପରି ଅନେକ ସଫଳ ଫିଲ୍ମ ନିର୍ମାଣ କରିଛନ୍ତି । ଜାହ୍ନବୀ, ଇଶାନ ଏବଂ ଆର ବାଲ୍କୀଙ୍କ ସାକ୍ଷାତକୁ ନେଇ ଏବେ ଚର୍ଚ୍ଚା ହେଉଛି ଯେ ଦୁହେଁ ଆଗାମୀ ଫିଲ୍ମରେ ଏକା ସହିତ ନଜର ଆସିପାରନ୍ତି ।

dhadak

ଉଲ୍ଲେଖଯୋଗ୍ୟ ଯେ ଜାହ୍ନବୀ ଇଶାନଙ୍କ ସହିତ ଫିଲ୍ମ ‘ଧଡକ’ଜରିଆରେ ବଲିଉଡ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ନିକଟରେ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ରିଲିଜ କରାଯାଇଥିଲା । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More