Only for Entertainment

ଖୁବଶୀଘ୍ର ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଏହି ବଲିଉଡ ନାୟିକା !

59

ବଲିଉଡରେ ଅଭିନେତ୍ରୀ ଜାହ୍ନବୀ କପୂର ନିଜ ଷ୍ଟାଇଲିସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଧଡକ ଜରିଆରେ ବି-ଟାଉନରେ ପ୍ରବେଶ କରିଥିବା ଏହି ସୁନ୍ଦରୀଙ୍କ ପାଖରେ ଏବେ ବ୍ୟାକ – ଟୁ ବ୍ୟାକ୍ ସିନେମା ଅଫର ରହିଛି । ଗୁଂଜନ ସକ୍ସେନା ପରେ, ଅଭିନେତା କାର୍ତିକ ଆର୍ୟନଙ୍କ ସହ ଦୋସ୍ତାନା -ଟୁ ବି ରହିଛି ଲାଇନରେ । ଏସବୁ ପରେ ଏବେ ଆଉ ଏକ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଏହି ସୁନ୍ଦରୀ ।

ଜାହ୍ନବୀଙ୍କୁ ଖୁବଶୀଘ୍ର ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ । ବିଜୟଙ୍କ ସହ ପରଦାରେ ରୋମାନ୍ସ କରିବେ ଜାହ୍ନବୀ । ପୁରୀ ଜଗନ୍ନାଥଙ୍କ ଆଗାମୀ ଫିଲ୍ମରେ ଏହି ଯୋଡିକୁ ପ୍ରଥମ କରି ପରଦାରେ ଦେଖିବାକୁ ମିଳିବ । ଏହି ସିନେମାଟି ବିଜୟଙ୍କ ବଲିଉଡ ଡେବ୍ୟୁ ହେବାକୁ ଯାଉଛି ।

ତେବେ ଜାହ୍ନବୀଙ୍କ ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଓ କିଆରା ଆଡଭାନୀଙ୍କୁ ମଧ୍ୟ ଏହି ସିନେମାର ଅଫର ମିଳିଥିଲା । ମାତ୍ର ଏବେ ଖବର ଆସିଛି ଜାହ୍ମବୀ ହିଁ ବିଜୟଙ୍କ ନାୟିକା ଭାବେ ପରଦାରେ ଆସିବେ ନଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More