Only for Entertainment

ଭାଇରାଲ ଭିଡିଓ: ଜାହ୍ନବୀଙ୍କୁ ଦେଖି କୁନି ପିଲାର ପ୍ରଶ୍ନ ‘ଇଏ କାହା ଝିଅ’, ଜାଣନ୍ତୁ କ’ଣ ଉତ୍ତର ଦେଲେ ଜାହ୍ନବୀ

Mystarsbio
0 81

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଖୁବ ଶୀଘ୍ର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ଫିଲ୍ମରେ ନଜର ଆସିବେ ପୂର୍ବରୁ ହିଁ ସେ ବଲିଉଡରେ ଛାଇ ରହିଛନ୍ତି । ଏହା ସହିତ ଡେବ୍ୟୁ କରିବା ପୂର୍ବରୁ ଜାହ୍ନବୀଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ମଧ୍ୟ ରହିଛି । ନିକଟରେ ଜାହ୍ନବୀଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ଛୋଟ ପିଲାଟି ଜାହ୍ନବୀଙ୍କୁ ପଚାରୁଛି ‘ଇଏ ଶ୍ରୀଦେବୀଙ୍କ ଝିଅ’ ଏହାର ଉତ୍ତର ନମିଳିବାରୁ ସେ ପୁଣିଥରେ ପ୍ରଶ୍ନ କରିଥାଏ ‘ଇଏ କାହା ଝିଅ’ । କିନ୍ତୁ ଜାହ୍ନବୀ ଏହା ଉତ୍ତର ନଦେଇ ଜାହ୍ନବୀ ହସି ଗାଡିରେ ବସିଥାନ୍ତି ।
ଦେଖନ୍ତୁ ଭିଡିଓ…

A fan brings that cute smile on #janhavikapoor face ❤️

A post shared by Viral Bhayani (@viralbhayani) on

ଉଲ୍ଲେଖଯୋଗ୍ୟ ଯେ, ଜାହ୍ନବୀ ମରାଠୀ ଫିଲ୍ମ ‘ସୈରାଟ’ର ହିନ୍ଦୀ ରିମେକ ‘ଧଡକ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମରେ ଜାହ୍ନବୀଙ୍କ ବିପକ୍ଷରେ ଶାହୀଦଙ୍କ ଭାଇ ଇଶାନ ଖଟ୍ଟର ନଜର ଆସିବେ । ଏହି ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More