Only for Entertainment

ପ୍ରେମରେ ଏମବିବିଏସ୍ କରିବେ ଅମ୍ଳାନ- ଝିଲିକ ।

facebook
49

ଓଲିଉଡ଼ର ଟପ ହିରୋଙ୍କ ଭିତରେ ଜଣେ ହେଲେ ଅମ୍ଳାନ । ଅମ୍ଳାନଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । କିଛି ଦିନର ବିରତି ପରେ ସେ ପୁଣି ଫେରୁଛନ୍ତି । ସେ ୨୦୦୩ରେ ‘ଟାର୍ଗେଟ’ ସିନେମାରୁ ଓଲିଉଡ଼ରେ ହିରୋଭାବେ ଡେବ୍ୟୁ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷକୁ ୨ରୁ ୩ଟି ଲେଖାଏଁ ସିନେମା ରିଲିଜ ହୋଇଛି । ଗତ ବର୍ଷ ଅମ୍ଳାନଙ୍କୁ ‘ସପନର ପଥେ ପଥେ’ ଓ ‘ବଜରଙ୍ଗୀ’ ଭଳି ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ଇତିମଧ୍ୟରେ ୨୦୧୮ର ପ୍ରଥମ ୧୦ ମାସ ବତିବାକୁ ବସିଲାଣି, କିନ୍ତୁ ଅମ୍ଳାନଙ୍କୁ ଏଯାବତ କୌଣସି ଗୋଟିଏ ବି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ । ଏ ଦୃଷ୍ଟିରୁ ସିନେପ୍ରେମୀ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ।

ସେ ଯାହା ହେଉନା କାହିଁକି ଏବେ ଅମ୍ଳାନ ଏକ ସିନେମାରେ ଫେରୁଛନ୍ତି । ସେ ଯେଉଁ ସିନେମା ଜରିଆରେ ଫେରୁଛନ୍ତି ତାହାର ଟାଇଟଲ ହେଲା ‘ପ୍ରେମରେ ମୁଁ ଏମବିବିଏସ’ । ଏଥିରେ ଦର୍ଶକ ଅମ୍ଲାନଙ୍କୁ ତାଙ୍କର ପ୍ରଥମ ସିନେମାର ପାର୍ଟନର ଝିଲିକଙ୍କ ସହିତ ପୁଣି ଦେଖିବାକୁ ମିଳିବ । ଏହି ସିନେମାରେ ଅମ୍ଲାନ- ଝିଲିକଙ୍କ ବ୍ୟତୀତ ମିହିର ଦାସ, ରାଇ ମୋହନ, କେ କେ ଏବଂ ଚିନ୍ତାମଣି ପ୍ରମୁଖଙ୍କୁ ଦେଖିବାକୁ ପାଇବେ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଏସ୍‍ ଦିଲୀପ ପଣ୍ଡା । ଜ୍ୟୋତିରଂଜନ ବେଉରା ଏହାର ପ୍ରଯୋଜନା ଦେବେ । ଡ. ରଜନୀରଂଜନ ଏହାର ସଂଳାପ ଲେଖକ । ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More