Only for Entertainment

ଋଷି କପୂରଙ୍କ ଆଗାମୀ ଫିଲ୍ମ ପୋଷ୍ଟର ହେଲା ରିଲିଜ !

21

ବଲିଉଡ ଅଭିନେତା ଋଷି କପୂର କିଛି ଦିନ ହେବ ନ୍ୟୁୟର୍କରେ କ୍ୟାନ୍ସର ପାଇଁ ଚିକିତ୍ସିତ ହୋଇ ଏବେ ଆରାମ କରୁଛନ୍ତି । ସେ ପୂର୍ବ ଅନେକ ମାସ ହେବ ଭାରତ ଆସିବା ପାଇଁ ଭାବୁଛନ୍ତି କିନ୍ତୁ ସ୍ୱାସ୍ଥ୍ୟ କାରଣରୁ ସେ ଆସି ପାରୁନାହାନ୍ତି । କିନ୍ତୁ ନିକଟରେ ତାଙ୍କର ଆସିବାକୁ ଥିବା ଫିଲ୍ମ ପୋଷ୍ଟର ସାମ୍ନାକୁ ଆସିଛି ଯାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏହାସହ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ଯଦିଓ ସେ ଏବେ ପର୍ଯ୍ୟନ୍ତ ଭାରତ ଆସିନାହାନ୍ତି ମାତ୍ର ତାଙ୍କ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ତାଙ୍କ ଫିଲ୍ମ ‘ଝୁଠା କହିଁକା’ ୧୯ଜୁଲାଇରେ ରିଲିଜ ହେବ ।

ଏହାର ପ୍ରଥମ ପୋଷ୍ଟର ଲଂଚ ହୋଇଛି । ଏହି ପୋଷ୍ଟରରେ ଋଷି କପୂର, ଜିମି ସେରଗିଲ ,ଓମକାର କପୂର ଏବଂ ସନି ସିଂ ନଜର ଆସିବେ । ପୋଷ୍ଟର ଦେଖି ଅନୁମାନ ହେଉଛି ଯେ ଏହା ଏକ କମେଡି ଫିଲ୍ମ ।

 

ଫିଲ୍ମରେ ଏମାନଙ୍କ ବ୍ୟତୀତ ଲିଲେଟ ଦୁବେ ଏବଂ ମନୋଜ ଯୋଶୀ ମଧ୍ୟ ନଜର ଆସିବେ । ଝୁଠା କହିଁକା ଫିଲ୍ମକୁ ସମୀପ କାଙ୍ଗ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପଂଚ ଲାଇନ ରହିଛି ଝୁଠେ ଲୋଗୋଁ କେ ପାସ ଅଛି ୟାଦାଶ୍ତ ହୋନି ଚାହିୟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More