Only for Entertainment

ଆକ୍ସନରୁ ହେଲେ ବୋର? ଏବେ କମେଡି ଫିଲ୍ମ କରିବାକୁ ଚାହୁଁଛନ୍ତି ଜିମ୍ମି ସେରଗିଲ !

dnaindia
0 60

ଅଭିନେତା ଜିମ୍ମି ସେରଗିଲ ଏବେ କମେଡି ଫିଲ୍ମ କରିବାକୁ ଚାହାଁନ୍ତି । ମଦାରୀ , ମୁକେବାଜ ଭଳି ଫିଲ୍ମରେ ମୁଖ୍ୟ ଭୂମିକା ତୁଲାଇଥିବା ଜିମ୍ମି କହିଛନ୍ତି ଯେ ସେ ତାଙ୍କ ଜୀବନରେ ପ୍ରାୟତଃ ସବୁ ପ୍ରକାର ଅଭିନୟ କରିସାରିଲେଣି, ମାତ୍ର ସେ ଏବେ କମେଡି ଫିଲ୍ମ କରିବାକୁ ଚାହୁଁଛନ୍ତି । ତାଙ୍କୁ ହାଲ୍କା ଫୁଲକା ଫିଲ୍ମ କରିବାକୁ ପସନ୍ଦ କାରଣ ଏଥିରେ ଆରମ ମିଳିଥାଏ । ଏହି କାରଣରୁ ସେ କମେଡି ଫିଲ୍ମ କରିବାକୁ ଚାହାଁନ୍ତି ।

ଅପକମିଙ୍ଗ ଫିଲ୍ମ କଥା କହିବାକୁ ଗଲେ ଜିମ୍ମି ଖୁବ ଶୀଘ୍ର ସାହେବ ବିବି ଗ୍ୟାଙ୍ଗଷ୍ଟର୩ ଫିଲ୍ମ ରେ ନଜର ଆସିବେ ।ଫିଲ୍ମ ଗୀତ ଏବଂ ଟ୍ରେଲରରେ ଲୋକଙ୍କର ଖୁବ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେବଳ ଦେଖିବା ବାକି ଅଛି ଯେ ଏହା କେତେ ମାତ୍ରାରେ ବକ୍ସ ଅଫିସରେ ଯାଦୁ କରିପାରୁଛି ।

ଜିମ୍ମିଙ୍କର ସଂଜୁଙ୍କ ସହ ଏହା ୪ର୍ଥ ଫିଲ୍ମ ଅଟେ । ସଂଜୁଙ୍କ ସହ କାମ କରିବାକୁ ଜିମ୍ମିଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି । ଏହି ଫିଲ୍ମ ୨୭ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ତିଗମାନଶୁ ଧୁଳିଆ କରିଛନ୍ତି । ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂ, ମାହି ଗିଲ ଏବଂ ସୋହା ଅଲ୍ଲୀ ଖାନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More