Only for Entertainment

ଅଭିନେତା ଜିତେନ୍ଦ୍ର୍ରଙ୍କ ନାମରେ ଯୌନ ଉତ୍ପିଡ଼ନ ମାମଲା ରୁଜୁ । ଏହି ମହିଳା କରିଛନ୍ତି ଅଭିଯୋଗ ।

mumbailive.com
0 47

ଫିଲ୍ମ ଅଭିନେତା ଜିତେନ୍ଦ୍ରଙ୍କ ନାମରେ ଜଣେ ମହିଳା ଥାନା ନ୍ୟୁ ଶିମଲାରେ ଯୌନ ଉତ୍ପିଡ଼ନ ମାମଲା ରୁଜୁ କରିଛନ୍ତି । ତେବେ ଏହି ଅଭିଯୋଗ ଆଣିଥିବା ମହିଳା ହେଉଛନ୍ତି ଜିତେନ୍ଦ୍ରଙ୍କ ଜଣେ ସଂପର୍କୀୟା ।

ଉହିଳା ଜଣକ ତାଙ୍କ ଓଳିଲଙ୍କ ମାଧ୍ୟମରେ ଫେବୃୟାରୀ ମାସରେ ହିମାଚଳ ପ୍ରଦେଶର ପୋଲିସ ମହା ନିର୍ଦ୍ଦେଶକଙ୍କୁ ଏକ ଇ-ମେଲ ପଠାଇ ଜିତେନ୍ଦ୍ରଙ୍କ ଉପରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି । ମାମଲା ରୁଜୁ ହେବା ପରେ ପୋଲିସ ଏହି ମହିଳାଙ୍କ ସହିତ ଲଗାତାର ଭାବରେ ସଂପର୍କରେ ଅଛନ୍ତି । ମହିଳା ଜଣକ ସିମଲା ଆସି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ମତ ଦେବା ପାଇଁ ରାଜି ଅଛନ୍ତି । ଏହାପରେ ପୋଲିସ ଜିତେନ୍ଦ୍ରଙ୍କ ଉପରେ ଆଇନ କାନୁନ ଅନୁଯାୟୀ ତଦାରଖ କରିବ ।
ଅଭିଯୋଗ ଅନୁସାରେ ୧୯୭୧ରେ ସିମଳାର ଏକ ହୋଟେଲରେ ଜିତେନ୍ଦ୍ର ତାଙ୍କୁ ଯୌନ ଉତ୍ପିଡ଼ନ କରିଥିଲେ । ସେହି ସମୟରେ ମହିଳାଙ୍କ ବୟସ ଥିଲା ୧୮ ବର୍ଷ ଏବଂ ଜିତେନ୍ଦ୍ରଙ୍କ ବୟସ ଥିଲା ୨୮ ବର୍ଷ । ମହିଳାଙ୍କ କହିବା ଅନୁସାରେୂ ରବି କପୁର କାରରେ ତାଙ୍କ ଘରକୁ ଆସିଥିଲେ । କାରରେ ଡ୍ରାଇଭର ଏବଂ ଅନ୍ୟ ଦୁଇ ତାରକା ମଧ୍ୟ ଥିଲେ । ତେବେ ଫିଲ୍ମ ସୁଟିଂ ଦେଖିବାକୁ ଯିବା ପାଇଁ ତାଙ୍କୁ କୁହା ଯାଇଥିଲା । ସେ ଜିତେନ୍ଦ୍ରଙ୍କ ସହିତ କାରରେ ବସିଥିଲେ ଏବଂ ସିମଲା ମଧ୍ୟ ଯାଇଥିଲେ ।

ମହିଳାଙ୍କ କହିବା ଅନୁସାରେ କୌଣସି ସୁଟିଂ ସ୍ଥାନକୁ ନ ଯାଇ ଏକ ହୋଟେଲକୁ ନେଇ ଯାଇଥିଲେ । ରାତିରେ ଶୋଇଥିବା ସମୟରେ ଜିତେନ୍ଦ୍ର ତାଙ୍କ ରୁମକୁ ଆସିଥିଲେ ଏବଂ ଯୌନ ଉତ୍ପିଡ଼ନ କରିଥିଲେ । ତେବେ ମହିଳାଙ୍କ କହିବା ଅନୁସାରେ ସେ ଏତେ ଦିନ ତାଙ୍କ ବାପାଙ୍କ ପାଇଁ ଚୁପ ରହିଥିଲେ । ତେବେ ତାଙ୍କ ପିତାଙ୍କ ନିଧନ ପରେ ସେ ଏହି ପଦକ୍ଷେପ ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More