Only for Entertainment

ଜିୟା ଖାନଙ୍କ ଆତ୍ମହତ୍ୟାର ପ୍ରଥମ ଶୁଣାଣିରେ ଗାଏବ ହେଲେ ମା ଓ ଓକିଲ, ଜାଣନ୍ତୁ କ’ଣ ଘଟିଲା କୋର୍ଟରେ ।

amarujala
0 51

ଅମିତାଭ ବଚ୍ଚନ ଏବଂ ଅମୀର ଖାନଙ୍କ ଭଳି ପ୍ରସିଦ୍ଧ ଅଭିନେତାଙ୍କ ସହିତ କାମ କରିଥିବା ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟାର ଅଡ଼ୁଆ ସୂତା ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଏହି ମାମଲାରେ ଜିୟାଙ୍କ ବଏ ଫ୍ରେଣ୍ଡ ସୂରଜ ପଂଚୋଲିଙ୍କ ଉପରେ ଆଇନ କାନୁନର କଂଟା ଝୁଲୁଛି । ଏହି ମଧ୍ୟରେ କେସର ପ୍ରଥମ ଶୁଣାଣି ସରିଛି । ଆସନ୍ତୁ ଜାଣିବା କ’ଣ ଘଟିଲା କୋର୍ଟରେ ।

କେସ୍ର ଶୁଣାଣି ସମୟରେ ସୂରଜ ପଂଚୋଲି ଉପସ୍ଥିତ ଥିଲେ । କିନ୍ତୁ ଜିୟାଙ୍କ ମା ଓ ଓକିଲ କୋର୍ଟରେ ପହଂଚିଲେ ନାହିଁ । ୫ ବର୍ଷ ହୋଇଯାଇଛି କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ । ସମସ୍ତ ସମୟରେ କିଛି କିଛି ଅସୁବିଧା ସୃଷ୍ଟି ହେଉଛି ।
ସୂରଜ ଏବଂ ତାଙ୍କ ଓକିଲ ଜିୟାଙ୍କ ମା ଏବଂ ତାଙ୍କ ଓକିଲଙ୍କ ନାଁରେ ସମନ ପଠାଇବା ପାଇଁ ଦରଖାସ୍ତ କ଼ରିଛନ୍ତି,କାରଣ କୋର୍ଟରେ କେସ ଆଗକୁ ଯାଇପାରିବ ।

୩ ଜୁନ ୨୦୧୭ରେ ଅଭିନେତ୍ରୀ ଜିୟା ଖାନ ଫ୍ୟାନରେ ଝୁଲିଥିବା ଅବସ୍ଥାରେ ମିଳିଥିଲେ । ଆତ୍ମହତ୍ୟା କରିବା ପାଇଁ ଉସକାଇଥିବା କଥାକୁ ନେଇ ସୂରଜଙ୍କ ଉପରେ କେସ ଚାଲୁଛି ।

ମୁମ୍ବାଇ ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । କିନ୍ତୁ ଜିୟାଙ୍କ ମା ସୂରଜଙ୍କ ବିରୋଧରେ କେସ ଦେଇଛନ୍ତି । ସୂରଜ ପଂଚାଲି ହେଉଛନ୍ତି ଅଭିନେତା ଆଦିତ୍ୟ ପଂଚୋଲିଙ୍କ ପୁଅ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More