Only for Entertainment

‘ଜୋ ନା ବୋଲେ ଜୟ ଶ୍ରୀରାମ ଭେଜ ଦୋ ଉସକୋ କବ୍ରିସ୍ତାନ’ ଗୀତର ଗାୟକକୁ ଗିରଫ କଲା ୟୁପି ପୋଲିସ

latestly
52

‘ଜୋ ନା ବୋଲେ ଜୟ ଶ୍ରୀରାମ ଭେଜ ଦୋ ଉସକୋ କବ୍ରିସ୍ତାନ’ ଗୀତକୁ ୟୁଟ୍ୟୁବରେ ପୋଷ୍ଟ କରିଥିବା ଗାୟକ ବରୁଣ ବହାରକୁ ପୋଲିସ ଗିରଫ କରିଛି । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ତାଙ୍କୁ ପୋଲିସ ଗିରଫ କରିଛି । ଗୀତରେ ଆପତ୍ତି ଜନକ ଶବ୍ଦ ଯେପରି ଯେଉଁମାନେ ଜୟ ଶ୍ରୀରାମ କହୁନାହାଁନ୍ତି ସେମାନଙ୍କୁ କବରଖାନାକୁ ପଠେଇ ଦେବା ଦରକାର ବ୍ୟବହାର କରିଥିବାରୁ ପୋଲିସ ବରୁଣ ବହାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପୋଲିସର କହିବା ଅନୁସାରେ, ବରୁଣ ବହାରଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ ଏବଂ ଉସକାଇବା ପରି ଗୀତ ଅପଲୋଡ କରିବା ଆରୋପରେ ମନକାପୁରର ବନ୍ଦରାହ ଗ୍ରାମରୁ ଶୁକ୍ରବାର ଭୋର ୩ଟାରୁ ଗିରଫ କରାଯାଇଛି । ସେ ଗୀତରେ ଉସକାଇବା ଭଳି ଶବ୍ଦର ବ୍ୟବହାର କରିଛନ୍ତି ।

ଏହି ଗାୟକ ଜଣକ ୟୁଟ୍ୟୁବରେ ନିଜର ଅଶ୍ଳୀଳ ଏବଂ ଉତ୍ତେଜକ ଗୀତ ପାଇଁ ବେଶ ପରିଚିତ । ତାଙ୍କ ବିରୋଧରେ ପୂର୍ବରୁ ଅନେକ ଉତ୍ତେଜକ ଗୀତ ନିର୍ମାଣ କରିବାର ଏଫଆଇଆର ରୁଜୁ କରାଯାଇଛି । ଗିରଫ ପରେ ବରୁଣ ବହାରଙ୍କୁ କୋର୍ଟ ସାମ୍ନାକୁ ନିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More