Only for Entertainment

କଳାମୃଗ ଶୀକାର ମାମଲାରେ ସଲମାନଙ୍କୁ ମିଳିଲା ବଡ଼ ଆଶ୍ୱାସନା ।

22

ସୁପରଷ୍ଟାର ସଲମାନ ଖାନଙ୍କୁ କୃଷ୍ଣକାୟ ମୃଗ ଶୀକାର ମାମଲାରେ ବଡ଼ ଆଶ୍ୱସନା ମିଳିଛି । ସୋମବାରକୁ ଯୋଦ୍ଧପୁର କୋର୍ଟରେ ଶୁଣାଣି ସମୟରେ ସଲମାନ ଖାନଙ୍କୁ ଏକ ମାମଲାରେ ଆଶ୍ୱସନା ମିଳିଛି । ବାସ୍ତବରେ ଏହି ମାମଲାରେ ସଲମାନଙ୍କ ଉପରେ ମିଛ ଶପଥ ପତ୍ର ଉପସ୍ଥାପନା କରିଥିବା ଅଭିଯୋଗ ଲାଗିଥିଲା ।

 

କଳାମୃଗ ମାମଲାରେ ସଲମାନଙ୍କ ଉପରେ ତିନୋଟି ଅଭିଯୋଗ ହୋଇଛି । ଗୋଟିଏ ଆର୍ମ୍ସ ଆକ୍ଟ ମାମଲା ରୁଜୁ ହୋଇଥିଲା, କିନ୍ତୁ ଗତବର୍ଷ ଏଥିପାଇଁ ତାଙ୍କୁ ଆଶ୍ୱସନା ମିଳିଯାଇଥିଲା । ଏହା ସହିତ ସଲମାନ ଏକ ଦଲିଲ ଉପସ୍ଥାପନା କରି ଲେଖିଥିଲେ ତାଙ୍କ ଲାଇସେନ୍ସ ହଜିଯାଇଛି । କିନ୍ତୁ ଅଭିଯୋଗ ଆସିଲାଯେ ଲାଇସେନ୍ସ ଅଛି କିନ୍ତୁ ସେ ରିନ୍ୟୁୱାଲ ପାଇଁ ଦେଇଛନ୍ତି । ଏହି ଶପଥ ପତ୍ରକୁ ମିଛ ବୋଲି କୁହାଯାଇଥିଲା । ଏହି ମାମଲାରେ କୋର୍ଟ ଶୁଣାଣି କରିଛି । ତେବେ ସଲମାନ ଭାବିଚିନ୍ତି ଏଭଳି କିଛି କହିନଥିଲେ ବୋଲି ତାଙ୍କ ଓକିଲ କହିଛନ୍ତ ଏବଂ ଯାଂଚ ପରେ ଏହି ମାମଲାରେ ସଲମାନଙ୍କୁ ଆଶ୍ୱସନା ମିଳିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More