Only for Entertainment

ରିଲିଜ ହେଲା ଆକ୍ସନ ହିରୋ ଜନଙ୍କ ଫିଲ୍ମ ସତ୍ୟମେବ ଜୟତେ’ର ଟ୍ରେଲର ।

ndtv
0 42

ପୋଖରଣରେ ପରମାଣୁ ପରୀକ୍ଷଣ ସଫଳ ହେବା ପରେ ଜନ ଅବ୍ରାହମଙ୍କ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ’ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଜନଙ୍କର ଦମଦାର ଲୁକ ଦେଖିବାକୁ ମିଳିଛି । ଏହାସହ ଟ୍ରେଲରରେ ଦମଦାର ଡାଏଲଗ ମଧ୍ୟ ରହିଛି । ଜନଙ୍କ ବ୍ୟତୀତ ମନୋଜ ବାଜପେୟୀଙ୍କ ଭୂମିକା ମଧ୍ୟ ଜବରଦସ୍ତ ରହିଛି । କିଛି ଦିନ ପୂର୍ବେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା ।

ଜନଙ୍କ ଫିଲ୍ମ ଟ୍ରେଲର ଟ୍ୱିଟରରେ ଶେୟାର କରି ଲେଖିଛନ୍ତି ଯେ ମାରିବି ତ ମରିଯିବ, ଦେଶର ସମସ୍ତ ବେଇମାନ ଏବେ ଡରିବେ କାରଣ ବେଇମାନ ମାଡ ଖାଇବେ, ଦୁର୍ନୀତି ଲୋପ ପାଇବ ।

ଏଠାରେ ଆମେ କହି ରଖୁଛୁ ଯେ ସତ୍ୟମେବ ଜୟତେ ମିଲାପ ଜାବେରୀଙ୍କ ଡିରେକ୍ସନରେ ପ୍ରସ୍ତୁତ କରାଯାଇଛି ଏବଂ ଏହି ଫିଲ୍ମକୁ ନିଖିଲ ଆଡଭାନୀ ଓ ଭୂଷଣ କୁମାର ପ୍ରଡ୍ୟୁସ କରିଛନ୍ତି । ଫିଲ୍ମ ଆସନ୍ତା ଅଗଷ୍ଟ ମାସରେ ରିଲିଜ ହେବାକୁ ଯାଉଛି ।
ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଏକ ଆକ୍ସନ ଥ୍ରୀଲର ଫିଲ୍ମ ଅଟେ । ସବୁଠାରୁ ମଜାଦାର କଥା ହେଉଛି ପରମାଣୁର ସକ୍ସେସ ପରେ ଜନ ଦେଶଭକ୍ତି ଫିଲ୍ମ ଉପରେ ଫୋକସ କରିବା ପାଇଁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More