Only for Entertainment

ଅନେକ ବିବାଦ ପରେ ଶେଷରେ ରିଲିଜ ହେଲା ‘ପରମାଣୁ’ର ଟ୍ରେଲର, ଦେଖନ୍ତୁ

zee news
0 40

୧୧ ମଇ ୧୯୯୮ ରେ ରାଜସ୍ଥାନର ପୋଖରଣରେ ପରମାଣୁ ପରୀକ୍ଷଣ କରି ଭାରତ ପୁରା ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ପରମାଣୁ ପରୀକ୍ଷଣ ବେଳେ ଏତେ ଗୋପନୀୟତା ଅବଲମ୍ବନ କରାଯାଇଥିଲା ଯେ ଏହା କାହାକୁ ମଧ୍ୟ ଜଣାନଥିଲା । ଅଟଳ ବିହାରୀ ବାୟପେୟୀଙ୍କ ସରକାର ଥିବା ବେଳେ ଭାରତର ଏହି ପଦକ୍ଷେପ ଆମେରିକା ସମେତ ସମଗ୍ର ଦୁନିଆକୁ ଚମକାଉ ଦେଇଥିଲା । ଭାରତର ଏହି ସଫଳତାର କାହାଣୀକୁ ପରଦାରେ ଦର୍ଶାଇଥିବା ଫିଲ୍ମ ‘ପରମାଣୁ- ଦ ଷ୍ଟୋରୀ ଅଫ ପୋଖରଣ’ର ଟ୍ରେଲର ରିଲିଜ ହୋଇଛି ।

ଅନେକ ବିବାହ ପରେ ଶେଷରେ ଏହାର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ୨୫ ମଇରେ ରିଲିଜ ହେବ । ଜେଏ ଏଣ୍ଟରଟେନମେଣ୍ଟ, ଜୀ ଷ୍ଟୁଡିଓଜ ଏବଂ କ୍ରାଇଟା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମକୁ ଜନ ଆବ୍ରାହମ ନିଜ ଟୁଇଟର ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତଛି । ଫିଲ୍ମରେ ଜନ ଲିଡ ରୋଲରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଡାଏନା ପେଣ୍ଟି ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More