Only for Entertainment

‘ପାଗଳପନ୍ତୀ’ର ନୂଆ ଟିଜର ହୋଇଛି ଖୁବ ମଜାଳିଆ, ଦେଖି ହୋଇଯିବେ ‘ପାଗଳ’ !

26

ଫିଲ୍ମ ‘ପାଗଳପନ୍ତୀ’ର ରିଲିଜ ତାରିଖ ପାଖେଇ ଆସୁଛି । ସେହିଭଳି, ଫିଲ୍ମର ମଜାଦାର ଟିଜର ସୋସିଆଲ ମିଡିଆରେ ଶେୟାର କରାଯାଇଛି । କିଛି ଦିନ ପୂର୍ବେ ଫିଲ୍ମ ନିର୍ଦ୍ଦେଶକ ଅନୀଶ ବାଜ୍ମୀ ମଜାଦାର ଟିଜର ଶେୟାର କରିଥିଲେ । ଏବେ ଫିଲ୍ମର ଅଭିନେତ୍ରୀ ଇଲିଆନା ଆଉ ଏକ ଟିଜର ଶେୟାର କରିଛନ୍ତି ।

ଇଲିଆନା ଡିକ୍ରୁଜ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମଜାଳିଆ ଟିଜର ଶେୟାର କରିଛନ୍ତି । ଏହି ଟିଜରରେ ସେ ଲେଖିଛନ୍ତି ଯେ ‘ଏମାନଙ୍କ ଚେହେରାରେ ଯାଅ ନାହିଁ, ଯେତେ ସାଧାରଣ ଦିଶୁଛନ୍ତି, ସେତେ ସାଧାରଣ ନୁହଁନ୍ତି ଏମାନେ !ଆପଣଙ୍କୁ ପାଗଳ କରିବାକୁ ଆସୁଛନ୍ତି ଆଉ ୪ଦିନରେ ।’

ଏହି ଟିଜର ଦେଖି ଆପଣ ହସି ହସି ପାଗଳ ହୋଇଯିବେ । ଟିଜରରେ ଫିଲ୍ମ ଅଭିନେତା ଜନ , ଉର୍ବଶୀ , ଅରଶଦ ବାରସୀ, ପୁଲକିତ ସମ୍ରାଟ ନଜର ଆସିବେ । ସମସ୍ତଙ୍କ ଡାଏଲଗ ଆପଣଙ୍କୁ ହସିବା ପାଇଁ ବାଧ୍ୟ କରିବ ।

ଏଠାରେ ଆମେ କହି ରଖୁଛୁ ଯେ ଅନୀଶ ବାଜ୍ମୀ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଭୁଷଣ କୁମାର, କୁମାର ମଙ୍ଗତ ଏବଂ ଅଭିଷେକ ପାଠକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଫିଲ୍ମ ୨୨ନଭେମ୍ବରରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More