Only for Entertainment

ପାଗଲପନ୍ତୀ ସେଟ୍ରେ ଆଘାତ ପାଇଲେ ଜନ୍ ।

aajtak
33

ପରମାଣୁ, ସତ୍ୟମେବ ଜୟତେ ଏବଂ ଅକବର ୱାଲ୍ଟର ଭଳି ଗମ୍ଭୀର ଫିଲ୍ମ ପରେ ଜନ ଏବେ ଏକ ହାଲକା ଫୁଲକା କମେଡ଼ି ଫିଲ୍ମରେ ଅଭିନୟ କରୁଥିବାର ନଜର ଆସିବେ । ଅବଶ୍ୟ ଏହା ପଛରେ ରହିଛି ଏକ ଖାସ କାରଣ । କିଛି ଦିନ ପୂର୍ବରୁ ଏକ ଇଂଟରଭ୍ୟୁରେ ଜନ କହିଥିଲେଯେ ସେ ଏତେ ଆକ୍ସନ ଏବଂ କମେଡ଼ି କରିବା ପରେ ଏବେ କିଛି ନୂଆ ପ୍ରକାରର ଫିଲ୍ମ କରିବାକୁ ଚାହୁଁଛନ୍ତିି । ହୁଏତ ଏହି ଫିଲ୍ମ ତାହାର କାରଣ ହୋଇପାରେ । ପାଗଳବନ୍ତୀ ଏକ ମଲ୍ଟି ଷ୍ଟାରର ଫିଲ୍ମ । ନିକଟରେ ଏହି ଫିଲ୍ମର ସୁଟିଂ ସେଟରେ ଜନ ଆଘାତ ପାଇଛନ୍ତି । ଜନଙ୍କ ବାମହାତରେ ଆଘାତ ଲାଗିଛି ଏବଂ ସେ କିଛି ଦିନ ପାଇଁ ବିଶ୍ରାମ କରିବେ ।

ଖବର ଅନୁସାରେ ଜନଙ୍କ ବାମ ହାତର ଏକ ସ୍ଥାନ ଫାଟି ଯାଇଛି ଏବଂ ସୁଟିଂ କିଛି ଦିନ ପର୍ଯ୍ୟନ୍ତ ପନ୍ଦ ରହିବ । ଏବେ ସେ ଚିକିତ୍ସାଧୀନ । ଫିଲ୍ମରେ ଜନଙ୍କ ବ୍ୟତୀତ ଅନିଲ କପୂର, ଅରଶଦ ବାର୍ସୀ, ପୁଲକିତ ସମ୍ରାଟ, ଇଲିୟାନା ଡିକ୍ରୁଜ ଏବଂ କୃତି ଖରବନ୍ଦା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ୨୨ ଡିସେମ୍ବରକୁ ସିନେମାଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More