Only for Entertainment

ଜନ ଅବ୍ରାହାମଙ୍କ ଫିଲ୍ମ ‘ବାଟଲା ହାଉସ’ର ଆଉ ଏକ ପୋଷ୍ଟର ରିଲିଜ !

22

ବଲିଉଡ ଅଭିନେତା ଜନ ଅବ୍ରାହାମ ଫିଲ୍ମ ବାଟଲା ହାଉସ ସହ ବଡ ପରଦାରେ ନଜର ଆସିବେ । ଏହା ପୂର୍ବରୁ ମଧ୍ୟ ଦେଶଭକ୍ତି ଭଳି ଫିଲ୍ମରେ ଜନଙ୍କୁ ଦର୍ଶକ ଖୁବ ପସନ୍ଦ କରନ୍ତି । ନିକଟରେ ‘ବାଟଲା ହାଉସ’ର ଟିଜର ଏବଂ ପୋଷ୍ଟର ରିଲିଜ ହୋଇଥିଲା । ଫ୍ୟାନ୍ସ ସେହି ପୋଷ୍ଟରକୁ ଖୁବ ପସନ୍ଦ କରିଥିଲେ । ପୁଣି ଥରେ ଜନ ନିଜ ସୋସିଆଲ ମିଡିଆରେ ଅକାଉଂଟରେ ଫିଲ୍ମର ନୂଆ ପୋଷ୍ଟର ଶେୟାର କରିଛନ୍ତି ।

ପୋଷ୍ଟର ଶେୟାର କରି ଅଭିନେତା ଲେଖିଛନ୍ତି , ଯେଉଁ ରାଷ୍ଟ୍ରର ଆପଣ ସେବା କରୁଛନ୍ତି, ଯେତେବେଳେ ସେଠାରେ ଆପଣଙ୍କ ନିଷ୍ପତ୍ତି ଉପରେ କେହି ସନ୍ଦେହ କରୁଛନ୍ତି ଆପଣ ନିଜେ ପ୍ରଶ୍ନ କରନ୍ତି । ଖୁବଶୀଘ୍ର ଦେଖନ୍ତୁ ବାଟଲା ହାଉସର ସତ । ଏହାସହ ସେ କହିଛନ୍ତି ଯେ ଫିଲ୍ମର ଟ୍ରେଲର ୧୦ଜୁଲାଇରେ ରିଲିଜ ହେବ ।

ଏଠାରେ ଆମେ କହି ରଖୁଛୁ ଯେ ନିଖିଲ ଆଡଭାଣୀଙ୍କ ଏହି ଫିଲ୍ମ ଅଗଷ୍ଟ ୧୦ରେ ରିଲିଜ ହେବ । ଫିଲ୍ମରେ ମୃଣାଳ ଠାକୁର, ରବି କିଶନ , ମନିଷ ଚୌଧୁରୀ ଏବଂ ପ୍ରକାଶ ରାଜଙ୍କ ଭଳି କଳାକାର ନଜର ଆସିବେ । ପ୍ରଭାସଙ୍କ ଫିଲ୍ମ ‘ସାହୋ’ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ମଧ୍ୟ ଏହି ଦିନ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More