Only for Entertainment

ଅମିର ଖାନଙ୍କ ଫିଲ୍ମ ‘ସରଫରୋଶ’ର ସିକ୍ୱଲରେ ନଜର ଆସିବେ ଜନ ଆବ୍ରାହମ ।

DNA India
0 40

ଅଭିନେତା ଜନ ଆବ୍ରାହମଙ୍କୁ କିଛି ସମୟରୁ ଦେଶଭକ୍ତି ସିନେମାରେ ଦେଖିବାକୁ ମିଳୁଛି । ନିକଟରେ ରିଲିଜ ହୋଇଥିବା ଜନଙ୍କ ଫିଲ୍ମ ପରମାଣୁ ପରେ ଏବେ ସେ ଫିଲ୍ମ ‘ସତ୍ୟମେବ ଜୟତେ’ରେ ନଜର ଆସିବେ । ଇତି ମଧ୍ୟରେ ଜନଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଜଲନ ଖୁବ ଶୀଘ୍ର ଅମିର ଖାନଙ୍କ ସୁପହିଟ ଫିଲ୍ମ ‘ସରଫରୋଶ’ର ସିକ୍ୱଲରେ ନଜର ଆସିବେ । ଏହାର ଖୁଲାସା ଜନ ନିଜେ କରିଛନ୍ତି ।

ଜନ କହିଛନ୍ତି ଯେ ସେ ଅମିରଙ୍କ ଏହି ସୁପରହିଟ ଫିଲ୍ମର ସିକ୍ୱଲକୁ ନେଇ ଖୁବ ଏକ୍ସାଇଡେଟ ଅଛନ୍ତି ଏବଂ ଆକ୍ସନ-ଡ୍ରାମା ଫିଲ୍ମ ପାଇଁ ସପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହା ସହିତ ସେ କହିଛନ୍ତି ଜନ ମ୍ୟାଥୁ ମଥାନ ଏବଂ ମୁଁ ମିଶି ଏହି ଫିଲ୍ମର ନିର୍ମାଣ କରିବୁ । ଏବେ ସ୍କ୍ରିପ୍ଟ ପ୍ରସ୍ତୁତ ହେଉଛି ଆଗାମୀ ବର୍ଷ ଏହାର ସୁଟିଂ ଆରମ୍ଭ ହେବ ।

ଫିଲ୍ମ ‘ସରଫରୋଶ’ ୧୯୯୯ରେ ରିଲଜ ହୋଇଥିଲା । ଜନ ମ୍ୟାଥୁ ମଥାନ ଏହାର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମରେ ଅମିର ଖାନ, ନସୀରୁଦ୍ଦୀନ ଶାହା ଏବଂ ସୋନାଲି ବେନ୍ଦ୍ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଜନଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ’ ୧୫ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More