Only for Entertainment

‘ପରମାଣୁ’ ପରେ ଏହି ଫିଲ୍ମରେ ନଜର ଆସିବେ ଜନ ଆବ୍ରାହମ, ସତ୍ୟ ଘଟଣା ଉପରେ ଆଧାରିତ ଏହାର କାହାଣୀ

zee news
0 30

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଫିଲ୍ମ ‘ପରମାଣୁ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଜନ ଏକ ଭାରତୀୟ ସୈନିକ ଭୂମିକାରେ ନଜର ଆସିବେ । ଏହାପରେ ସେ ଆଉ ଏକ ଫିଲ୍ମର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମରେ ମଧ୍ୟ ଜନ ଏକ ପୁଲିସ ଅଫିସର ଭୂମିକାରେ ନଜର ଆସିବେ । ରିୟଲ ଲାଇଫ ଉପରେ ଆଧାରିତ ନିଖିଲ ଆଡଭାନୀଙ୍କ ଏହି ଫିଲ୍ମର ନାମ ରହିଛି ‘ବାଟଲା ହାଉସ’ ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଟୁଇଟ କରି ସେ ଲେଖିଥିଲେ ଜନ ଆବ୍ରାହମ ଏବଂ ନିର୍ଦ୍ଦେଶକ ନିଖିଲ ଆଡଭାନୀ ପୁଣିଥରେ ଏକା ସହିତ ନଜର ଆସିବେ । ନିଖିଲ ଜନଙ୍କୁ ଫିଲ୍ମ ‘ବାଟଲା ହାଉସ’ରେ ନିର୍ଦ୍ଦେଶନା ଦେବେ । ଏବଂ ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରେ ଆରମ୍ଭ ହେବ । ଫିଲ୍ମର କାହାଣୀ ରିତେଶ ଶାହା ଲେଖିଥିବା ବେଳେ ଦିଲ୍ଲୀ, ମୁମ୍ବାଇ, ଜୟପୁର ଏବଂ ନେପାଳରେ ଏହାର ସୁଟିଂ ହେବ ।


ଫିଲ୍ମର କାହାଣୀ ୧୯ ସେପ୍ଟେମ୍ବର ୨୦୦୮ରେ ଦିଲ୍ଲୀର ଜାମିଆ ନଗରର ବାଟଲା ହାଉସ ଅଂଚଳରେ ଆତଙ୍ଗବାଦ ବିରୋଧରେ ହୋଇଥିବା ଅପରେସନ ଉପରେ ଆଧାରିତ । ଫିଲ୍ମର କାହାଣୀ ରିୟଲ ଘଟଣା ଉପରେ ଆଧାରିତ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ଦର୍ଶକଙ୍କ ଆଗ୍ରହ ବଢିବ ବୋଲି ଆଶା କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ନିଖିଲ ଏବଂ ଜନ ଏହା ପୂର୍ବରୁ ମଧ୍ୟ ‘ସଲାମ-ଏ-ଇଶ୍କ’ରେ ଏକା କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More