Only for Entertainment

ଜନ ସିନା ସେୟାର କଲେ ଶିଳ୍ପା ଶେଟ୍ଟୀଙ୍କ ମିମ୍, ଫଟୋ ଦେଖି ଅଭିନେତ୍ରୀ ଦେଲେ ଏହି ଜବାବ

ndtv
123

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଏକ ମିମ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମିମକୁ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଜନ ସିନା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ଏହି ମିମକୁ ନେଇ ଶିଳ୍ପାଙ୍କ ପ୍ରତିକ୍ରିୟା ମଧ୍ୟ ଖୁବ ମଜାଦାର ରହିଛି ।

 

 

View this post on Instagram

 

A post shared by John Cena (@johncena) on

ଭାଇରାଲ ହେଉଥିବା ଏହି ଫଟୋରେ ଜନ ସିନା, ଶିଳ୍ପା ଶେଟ୍ଟୀଙ୍କ ଚେହେରାକୁ ଆମେରିକୀୟ ପହିଲମାନ ଷ୍ଟିୱନ ଏଣ୍ଡରସନଙ୍କ ଏନକ ମୋର୍ଫେଡ ଫଟୋରେ ଲଗାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋକୁ ସେୟାର କରି ଜନ ସିନା ଲେଖିଛନ୍ତି ‘ଷ୍ଟୋନ କୋଲ୍ଡ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ।’ ଏହି ଫଟୋ ଦେଖିଲେ ଆପଣଙ୍କ ପାଇଁ ଶିଳ୍ପାଙ୍କୁ ଚିହିଁବା କଷ୍ଟକର ହୋଇଯିବ ।

 

 

View this post on Instagram

 

This is hilarious… I certainly “Didn’t SEE” this coming, @johncena. #WWE #wweindia #Stonecold #Johncena #fun #laughs

A post shared by Shilpa Shetty Kundra (@theshilpashetty) on

ସବୁଠାରୁ ଖାସ କଥା ହେଉଛି ଯେ, ଶିଳ୍ପା ମଧ୍ୟ ଏହି ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ‘କୁଲ ଏହା ଖୁବ ମଜାଦାର’ । ଅଭିନେତ୍ରୀ ଶିଳ୍ପାଙ୍କ ଏହି ଫଟୋକୁ ଦେଖି ଅନେକ ସେଲିବ୍ରିଟି ଏଥିରେ କମେଣ୍ଟ ଦେବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More