Only for Entertainment

ବି-ଟାଉନରେ ବଢିଲା ଜନଙ୍କ ଚାହିଦା, ଆଗାମୀ ଫିଲ୍ମ ପାଇଁ ଡିମାଣ୍ଡ କଲେ ୧୧ କୋଟି

Pinterest
0 42

ଅଭିନେତା ଜନ ଆବ୍ରାହମଙ୍କ ଚାହିଦା ଏବେ ବି-ଟାଉନରେ କାହିଁରେ କଣ । ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର୍ ତାଙ୍କ ପାଖକୁ ଆସୁଛି । ଆଉ ଯାହାକୁ ନେଇ ନିଜ ଫିସ୍ ମଧ୍ୟ ବେଶ ବଢାଇ ଦେଇଛନ୍ତି ଜନ୍ । ଏବେ ନିଜ ଆଗାମୀ ଫିଲ୍ମ ରୋମିଓ ଅକବର୍ ୱଲଟର୍ ପାଇଁ ୧୨ କୋଟିର ଡିମାଣ୍ଡ କରିଛନ୍ତି ଜନ୍ । ଫିଲ୍ମରେ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ଅଭିନୟ କରିବାକୁ ଥିବାବେଳେ ଏବେ ତାଙ୍କୁ ରିପ୍ଲେସ୍ କରିଛନ୍ତି ଜନ୍ ଆବ୍ରାହମ।

ଜନ୍ ଆଗାମୀ ଫିଲ୍ମ ରୋମିଓ ଅକବର ୱଲଟର୍ରେ କାମ କରିବା ପାଇଁ ଜନ କରିଥିଲେ ୧୧ କୋଟ ଟଙ୍କାର ଡିମାଣ୍ଡ । ଯାହାକୁ ନେଇ ଫିଲ୍ମ ମେକର ମାନେ କିଛି ଦିନ ସମୟ ନେବା ପରେ ଏବେ ଜନଙ୍କ କଥାରେ ରାଜି ହୋଇଛନ୍ତି । ଏହା ଏକ ସସ୍ପେନ୍ସ ଥ୍ରୀଲର ସିନେମା ହୋଇଥିବାବେଳେ ଜନ୍ ଏହି ଫିଲ୍ମରେ ଜଣେ ଡିଟେକ୍ଟିଭ୍ ଚରିତ୍ର ନଜର ଆସିବେ ।

john

ମିଡିଆ ରିପୋଟ ଅନୁସାରେ ଜନ ଏହି ଫିଲ୍ମ ପାଇଁ ୧୨ କୋଟି ଟଙ୍କା ଡିମାଣ୍ଡ କରିଥିଲେ । କିନ୍ତୁ ଫିଲ୍ମ ମେକର୍ସ ମାନେ ୧୧ କୋଟି ରେ ଏହାକୁ ଫାଇନାଲ କରିଥିବା ସୂଚନା ରହିଛି । ଏହି ଫିଲ୍ମ ପାଇଁ ପୂର୍ବରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ କାଷ୍ଟ କରାଯାଇଥିଲା ଏବଂ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଥିଲା । ସୁଶାନ୍ତଙ୍କ ତରଫରୁ ଡେଟ୍ରେ ପ୍ରୋବ୍ଲେମ ଦେଖାଦେବାରୁ ସୁଶାନ୍ତ ଏହି ଫିଲ୍ମ କରିବା ପାଇଁ ମନା କରିଦେଇଥିଲେ । ପରେ ଏହି ଚରିତ୍ର ପାଇଁ ଜନ ଆବ୍ରାହମଙ୍କୁ ଚୟନ କରାଗଲା । ଶେଷରେ ଏହି ରୋଲ ଜନଙ୍କ ହାତକୁ ଚାଲି ଯାଇଛି ।

ନିକଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ଜନ୍ । ଯାହା ଜୁନ ୧ରେ ପରଦାକୁ ଆସିବ । ଏହାଛଡା ଜନଙ୍କ ଫିଲ୍ମ ପରମାଣୁ ଏବେ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More