Only for Entertainment

‘ପାଇରେଟ୍ସ ଅଫ ଦ କାରାବିୟନ’ ଫିଲ୍ମରୁ ବାହାରିଲେ ଜନି ଡେପ, ୫ଟି ଫିଲ୍ମରେ ତୁଲାଇଥିଲେ ଜ୍ୟାକ ସ୍ପାରୋ ଭୂମିକା !

Den of Geek
28

ପାଇରେଟ୍ସ ଅଫ ଦ କାରାବିୟନ ଫ୍ରାଂଚାଇଜରେ କ୍ୟାପଟେନ ଜ୍ୟାକ ସ୍ପ୍ୟାରୋ ଭାବେ ଭୂମିକା ତୁଲାଉଥିବା ହଲିଉଡ ଅଭିନେତା ଜନି ଡେପଙ୍କୁ ଏଥିରୁ ହଟାଇ ଦିଆଯାଇଛି । ଡିଜ୍ନୀ ଫିଲ୍ମ ପ୍ରଡକ୍ସନର ପ୍ରମୁଖ ସିନ ବେଲି ଏହି ଖବର ଜଣାଇଛନ୍ତି । ଏକ ସାକ୍ଷାତକାରରେ ବେଲି ଙ୍କୁ ଯେତେବେଳେ ପଚରାଯାଇଥିଲା କି କ’ଣ ପଲ ବରନିକ ଏବଂ ହେଟ ରିସଙ୍କ ଲେଖା ପାଇରେଟ୍ସ ଅଫ ଦ କାରାବେୟନ’ ରେବୁଟ ଡେପଙ୍କ ବିନା ସଫଳ ହୋଇ ପାରିବ ! ସେ କହିଥିଲେ ଯେ ସେ ଏକ ନୂଆ ଉର୍ଜା ଏବଂ ଉତ୍ସାହ ଆଣିବା ପାଇଁ ଚାହୁଁଛନ୍ତି । ତାଙ୍କୁ ପାଇରେଟ୍ସ ଫିଲ୍ମ ଖୁବ ପସନ୍ଦ , କିନ୍ତୁ ପଲ ଏବଂ ହେଟ ଏହାକୁ ନୂଆ ବନାଇବା ପାଇଁ ଉତ୍ସାହ ରଖୁଛନ୍ତି । ଏହିକାରଣରୁ ତାଙ୍କୁ ଏହି କାମ ଦେଇଥିବା କହିଛନ୍ତି ବେଲି ।

ଡେପଙ୍କ ବାହାରିବା ଖବର ଷ୍ଟୁଓଟ ଅକ୍ଟୋବରରେ ଦେଇଥିଲେ । ସେ ଫ୍ର୍ରାଚାଂଇଜରେ ଡେପଙ୍କ ଯାତ୍ରା ମଜାଦାର ଥିଲା ବୋଲି କହିଥିଲେ । ଜନିି ଡେପ ଏହି ଫିଲ୍ମରେ ୧୪ବର୍ଷ ହେବ ଯୋଡି ହୋଇ ରହିଥିଲେ । ଏବେ ପର୍ଯ୍ୟନ୍ତ ୫ଟି ସିରିଜରେ ସେ ମୁଖ୍ୟ ଭୂମିକା ଜ୍ୟାକ ସ୍ପାରୋ ରୂପେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More