Only for Entertainment

ପୁଣିଥରେ ପରଦାରେ ଏକାଠି ନଜର ଆସିବେ ରୋମାଂଟିକ୍ ଯୋଡି ଦୀପକ ଓ ପିଙ୍କି ପ୍ରିୟଦର୍ଶିନୀ ।

youtube
0 31

ପୁଣିଥରେ ପରଦାରେ ଏକାଠି ନଜର ଆସିବେ ରୋମାଂଟିକ୍ ଯୋଡି ଦୀପକ ଓ ପିଙ୍କି ପ୍ରିୟଦର୍ଶିନୀ । ଏମାନଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ଜୋର୍ କା ଝଟକା’ । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏହି ଅପକମିଂ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଏକ୍ସସେଲ୍ ମୁଭିଜ୍ର ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାରେ ନିର୍ଦ୍ଦେଶନା ଦେବେ ପିନୁ ନାୟକ ଓ ପ୍ରଯୋଜନା କରୁଛନ୍ତି ରବିନ୍ଦ୍ର ପଣ୍ଡା ।

 ଓଲିଉଡ୍ର ରୋମାଂଟିକ୍ ଯୋଡି ଦୀପକ ଓ ପିଙ୍କିଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ଜୋର୍ କା ଝଟକା’ । ନିକଟରେ ଏହି ଫିଲ୍ମର ଘୋଷଣା ହେବା ସହ ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଆଉ ଏହି ଖାସ୍ ମୌକାରେ ନଜର ଆସିଥିଲେ ଫିଲ୍ମର ଲିଡ୍ ଷ୍ଟାର୍ ଦୀପକ ଓ ପିଙ୍କି । ଏମାନଙ୍କ ଯୋଡି ପୂର୍ବରୁ ‘ସପନର ନାୟିକା’ ଚଳଚ୍ଚିତ୍ରରେ ଦେଖାଇଛନ୍ତି ନିଜ କମାଲ୍ । ଚଳଚ୍ଚିତ୍ର ସପନର ନାୟିକାରେ ଏମାନଙ୍କ ଯୋଡିକୁ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମରେ ଦୁହିଁଙ୍କ ଭିତରେ ଦେଖିବାକୁ ମିଳିଥିଲା ଭରପୁର ଲଭ୍ ରୋମାନ୍ସ । ଆଉ ପୁଣିଥରେ ଏମାନଙ୍କ କେମେଷ୍ଟ୍ରୀ ଦେଖିବାକୁ ପାଇବେ ଦର୍ଶକ । ଆଗାମୀ ଫିଲ୍ମ ‘ଜୋର୍ କା ଝଟକା’ରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More