Only for Entertainment

ଯୋରନ୍ଦା ମାଘ ମେଳା

static.toiimg.com
0 59

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଯୋରନ୍ଦା ମହିମାଗାଦିର ମୁଖ୍ୟ ଉତ୍ସବ, ମାଘ ମେଳାଭାବେ ପ୍ରସିଦ୍ଧ । ଏହା ମାଘ ଚତୁର୍ଦଶୀରୁ ଆରମ୍ଭ ହୋଇ, ଏକାଧିକ ଦିନ ଚାଲେ । ମହିମାଗାଦିର ଆରାଧାନାର ପ୍ରତୀକ ଶୂନ୍ୟ ମନ୍ଦିର । ଏଠାରେ ନିରାକାର ପରଂବ୍ରହ୍ମଙ୍କର ପୂଜା କରାଯାଏ । କେବଳ ଭକ୍ତିଭାବପୂର୍ଣ୍ଣ ହୃଦୟରେ ପରଂବ୍ରହ୍ମଙ୍କର ଅଦୃଶ୍ୟ ସତ୍ତାକୁ ଅନୁଭବ କରିହୁଏ ।

joranda melaସନ୍ଧ୍ୟା ସମୟରେ ମନ୍ଦିରର ପ୍ରତ୍ୟେକ ଦ୍ୱାରରେ ବଳ୍କଳଧାରୀ ସନ୍ନ୍ୟାସୀ ମାନେ ଅଖଣ୍ଡ ବତି ଟେକନ୍ତି । ମହିମା ପ୍ରଭୁ ଉଦ୍ଦେଶ୍ୟରେ ସନ୍ନ୍ର୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରାର୍ଥନା କରନ୍ତି । ପିତଳ ଝାଡରେ ଦ୍ୱୀପ ସଂଲଗ୍ନ କରାଯାଇ ଘୃତାହୁତି ଅର୍ପଣ କରାଯାଇଛି । ଏହି ସମୟରେ ବାଦ୍ୟ ଯନ୍ତ୍ର ଧ୍ୱନୀ ସହ ଭଜନ ଓ ଅଖଣ୍ଡ ଘୃତାହୁତି ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ ।

ପୂର୍ଣ୍ଣମୀ ଦିନ ସକାଳେ ବାଲ୍ୟଲୀଳା କରାଯାଏ । ଏହାକୁ ‘ଅମାଣିଆ ଟେକା’ କହନ୍ତି । ସକାଳେ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ ପରେ, ଭକ୍ତମାନଙ୍କୁ ବଂଟାଯାଏ । ମହିମା ସ୍ୱାମୀଙ୍କ ଲୀଳା ଅଲୌକିକ; ଗଭୀର ଭକ୍ତି ଓ ଆତ୍ମବିଶ୍ୱାସ ଦ୍ୱାରା ପ୍ରଭୁଙ୍କ କୃପା ଲାଭ ହେଉଥିବା ବିଶ୍ୱାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More