Only for Entertainment

ଜାର୍ଡନ ପେଲେଙ୍କ ହରର ଫିଲ୍ମ ‘ଅସ’ର ରେକର୍ଡ, ଗୋଟିଏ ସପ୍ତାହରେ ଆୟକଲା ୭୦ ମିଲିୟନ ଡଲାର

Rotten Tomatoes
27

ଆମେରିକାନ ଅଭିନେତା ଜାର୍ଡନ ପେଲେଙ୍କ ହରର ଫିଲ୍ମ ‘ଅସ’ ଏବେ ସବୁଆଡେ ଚହଳ ସୃଷ୍ଟି କରିଛି । ଏହି ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବାରେ ଲାଗିଛି । ଏହି ଫିଲ୍ମର ବ୍ୟବସାୟ ବିଷୟରେ କହିବାକୁ ଗଲେ ଏହା ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି । ଏହି ଫିଲ୍ମ ଓପନିଂରେ ୭୦ ମିଲିୟନ ଡଲାର ଆୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

us

କହିରଖୁଛୁ ଯେ, ଫିଲ୍ମର କାହଣୀ ଏବଂ ନିର୍ଦ୍ଦେଶନା କାମ ଜାର୍ଡନ ହିଁ କରିଛନ୍ତି । ମଙ୍କିପା ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଅସ’ରେ ଓସ୍କାର ବିଜେତା ଲ୍ୟୁପିଟା ନ୍ୟୋଙ୍ଗୋ, ଏଡିଲେଡ ବିଲସନ ନାମକ ମହିଳା ଭୂମିକାରେ ଅଭିନୟ କରିଛନ୍ତି । ଯେ ନିଜ ପତି ଏବଂ ଦୁଇ ଛୁଆଙ୍କ ସହିତ ସମୁଦ୍ର କୂଳରେ ଥିବା ପିଲାଦିନର ଘରକୁ ଫେରିଥାନ୍ତି । ତାହା ପରେ ଫିଲ୍ମରେ ଅନେକ ଟ୍ୱିଷ୍ଟ ରହିଛି ଯାହା ଆପଣ ଫିଲ୍ମ ଦେଖିଲେ ଜାଣିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More