Only for Entertainment

ସଲମାନଙ୍କ ଉପରେ ମାରପିଟ କରିଥିବାର ଅଭିଯୋଗ ଆଣିଲେ ସାମ୍ବାଦିକ ।

21

ବିବାଦ ସଲମାନଙ୍କ ପିଛା ଛାଡ଼େନାହିଁ । କେତେବେଳେ କେଉଁ ସମୟରେ ସେ ଆଇନ କାନୁନ ମଧ୍ୟରେ ଫସିଯାନ୍ତି ତାହା କେହି ମଧ୍ୟ କଳ୍ପନା କରିପାରିନଥାନ୍ତି । ନିକଟରେ ସଲମାନଙ୍କ ସହିତ ଘଟିଛି କିଛି ସେହିଭଳି ଘଟଣା । ପୁରୁଣା କେସ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ବେଳେ ପୁଣି ଏକ ନୂଆ ମାମଲା । ବାସ୍ତବରେ ସଲମାନଙ୍କ ବିରୁଦ୍ଧରେ ମୁମ୍ବାଇର ଜଣେ ସାମ୍ବାଦିକ ଏକ ଅଭିଯୋଗ ଆଣିଛନ୍ତି । ଯାହାର ସୂଚନା ଏଏନଆଇ ଟ୍ୱିଟ କରି ଜଣାଇଛି ।

ଟ୍ୱିଟରେ ଲେଖାଯାଇଛିଯେ ସଲମାନଙ୍କ ବିରୁଦ୍ଧରେ ସାମ୍ବାଦିକ ଅଶୋକ ପାଣ୍ଡେ ଅପରାଧଯୁକ୍ତ ଅଭିଯୋଗ ଆଣିଛନ୍ତି । ଯେଉଁଥିରେ ସଲମାନଙ୍କ ବିରୁଦ୍ଧରେ ଲୁଟ, ହିଂସା, ଅପରାଧିକ ଗତିବିଧି ଏବଂ ଧମକାଇବା ଭଳି ଅଭିଯୋଗ ଆଣିଛନ୍ତି । ଖବର ଅନୁସାରେ ସଲମାନଙ୍କୁ ସାଇକେଲ ଚଳାଉଥିବାର ଦେଖି ସାମ୍ବାଦିକ ଭିଡ଼ିଓ ସୁଟ କରୁଥିଲେ, ଯାହାପରେ ଏହି ଘଟଣା ଘଟିଛି ।

ଘଟଣା ୨୪ ଅପ୍ରେଲର । ସାମ୍ବାଦିକଙ୍କ କହିବା ଅନୁସାରେ ସେ କାରରେ ଯାଉଥିବା ସମୟରେ ସଲମାନଙ୍କୁ ସାଇକେଲ ଚଳାଉଥିବାର ଦେଖିଲେ ଏବଂ ସଲମାନଙ୍କ ବଢିଗାର୍ଡ଼ଙ୍କ ଅନୁମତିରେ ଭିଡ଼ିଓ ସୁଟିଂ କରୁଥିଲେ, ଯାହାପରେ ସଲମାନ ରାଗିଯାଇ ବଡ଼ିଗାର୍ଡ଼ଙ୍କୁ ସାମ୍ବାଦିକଙ୍କୁ ମାରିବା ପାଇଁ କହିଲେ, ଏବଂ ମାରପିଟ ମଧ୍ୟ କଲେ ।

କହିରଖୁଛୁ ଘଟଣା ରାତିରେ ସଲମାନ ଖୁବ କମ ସମୟ ପାଇଁ ନିଛାଟିଆ ରାସ୍ତାରେ ସାଇକେଲ ଚଳାଉଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More