Only for Entertainment

ସେକେଣ୍ଡ ହାଣ୍ଡ ମାରୁତି ୮୦୦କୁ ଏହି ବ୍ୟକ୍ତି ଜଣକ ବନାଇଦେଲେ ସ୍ପୋର୍ଟସ କାର !

82

ପିଲାଦିନରୁ ସ୍ପୋର୍ଟସ କାରର ସ୍ୱପ୍ନ ଦେଖୁଥିବା ଦିଲ୍ଲୀର ଜଗଜିତ ସିଂଙ୍କର ବଂଶଗତ ଅଟୋମୋବାଇଲ ବ୍ୟବସାୟ ଅଟେ । କିନ୍ତୁ ବଜେଟ ନହେବା କାରଣରୁ ତାଙ୍କର ସ୍ପୋର୍ଟସ କାରରେ ବସିବା ସ୍ୱପ୍ନ ପୂରଣ ହୋଇ ନଥିଲା । ଏହିକାରଣରୁ ତାଙ୍କ ମନରେ ଏକ ଜୁନୁନ ଆସିଲା କିଛି କରିବା ପାଇଁ ।

ଜଗଜିତ ବସନ୍ତ କୁଂଜ ପାଖରେ ୧୭ବର୍ଷ ପୂର୍ବ ୩୫୦୦୦ଟଙ୍କାର ଏକ ପୁରୁଣା ମାରୁତି ୮୦୦କିଣିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସାଧାରଣ ଗାଡିକୁ ସ୍ପୋର୍ଟସ କାରର ରୂପ ଦେବା । ସେ ତାଙ୍କ କଠିନ ପରିଶ୍ରମରେ ମାରୁତି ୮୦୦ର ପୁରୁଣା କାରକୁ ଚମକୁଥିବା ହଳଦିଆ ରଂଗର ସ୍ପୋର୍ଟସ କାରରେ ପରିଣତ କରିଥିଲେ ।

ଯଦିଓ ଏହାକୁ ପ୍ରସ୍ତୁତ କରିବା ଲାଗି ଜଗଜିତଙ୍କୁ ଖର୍ଚ୍ଚ କରିବାକୁ ପଡିଥିଲା ମାତ୍ର ଏହା ଅନ୍ୟ ସ୍ପୋର୍ଟସ କାର ତୁଳନାରେ ଖୁବ କମ ମୂଲ୍ୟ ଅଟେ । ଏହି ଗାଡିକୁ ରାସ୍ତାକୁ ଆଣିବାକୁ ମଧ୍ୟ ପରମିଟ ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More