Only for Entertainment

ରିଲିଜ ହେଲା ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌତିଆଲଙ୍କ ଏକ ରୋମାଂଟିକ ଗୀତ ‘ହୈ ପ୍ୟାର କ୍ୟା’ !

40

ନିଜ ବେମିସାଲ୍ ଗାୟିକି ଜରିଆରେ ବଲିଉଡରେ ଲୋକପ୍ରିୟତା ହାତେଇ ପାରିଛନ୍ତି କଣ୍ଠଶିଳ୍ପୀ ଜୁବିନ୍ ନୌତିଆଲ୍ । ତାଙ୍କର ଆକର୍ଷଣୀୟ ଗାୟିକୀ ଶୁଣିବାକୁ ମିଳିଛି ଏକ ରୋମାଂଟିକ୍ ଗୀତରେ । ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଜୁବିନ୍ ନୌତିଆଲଙ୍କ ଏହି ଗୀତର ଟାଇଟେଲ୍ ରହିଛି ‘ହେ ପ୍ୟାର୍ କ୍ୟା’ । ଗୀତରେ ଜୁବିନଙ୍କ ଅଭିନୟ ବି ଦେଖିବାକୁ ମିଳିଛି ।

ରିଲିଜ ହେଲା ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌତିଆଲଙ୍କ ଏକ ରୋମାଂଟିକ ଗୀତ ‘ହୈ ପ୍ୟାର କ୍ୟା’ । ଗୀତରେ ଜୁବିନଙ୍କ ଆକର୍ଷଣୀୟ ଗାୟିକି ସହ ଅଭିନୟ ବି ଦେଖିବାକୁ ମିଳିଛି । ଏହି ରୋମାଂଟିକ ଗୀତରେ ସ୍ଥାନ ପାଇଛି ଅଭିନେତ୍ରୀ କୃତିକା କମରାଙ୍କ ଅଭିନୟ । ଗୀତରେ ଏକ ମନଛୁଆଁ ଲଭଷ୍ଟୋରୀକୁ ସ୍ଥାନ ଦେଇଛନ୍ତି ମେକର୍ । ଗୀତରେ ଦୁହିଁଙ୍କ ଭିତରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ହେଇଥିବା ବେଳେ ଏହାକୁ ଶ୍ରୋତା ଖୁବ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।


ଗୀତଟି ଟି -ସିରିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି । ରିଲିଜ ହେବା ପରଠାରୁ ଗୀତକୁ କୋଟିଏ ରୁ ଉଦ୍ଧ୍ୱର୍ ଲୋକ ଦେଖିସାରିଲେଣି । ରିଲିଜ ହେଇଥିବା ଏହି ରୋମାଂଟିକ ମ୍ୟୁଜିକ ଭିଡିଓର ସଂଗୀତ ଦେଇଛନ୍ତି ରକି- ଜୁବିନ ଏବଂ ଏହାର ଲିରିକ୍ସ ଦେଇଛନ୍ତି ରକି କାହ୍ନା । ଏହି ମ୍ୟୁଜିକ୍ ଭିଡିଓକୁ ପ୍ରଡ୍ୟୁସ୍ କରିଛନ୍ତି ଟି-ସିରିଜ୍ ଏବଂ ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନାଇକେଲ୍ ଜୈନ୍ ଓ ରାହୁଲ୍ ପରିୟାର୍ । ରିଲିଜ୍ ହେବାର ମାତ୍ର ୧୨ ଘଂଟା ଭିତରେ ୨ ମିଲିଅନରୁ ଅଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି । ଆଗକୁ ଏହି ଗୀତର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More