Only for Entertainment

ସାମ୍ନାକୁ ଆସିଲା ‘ଜଜ୍ମେଂଟାଲ ହେ କ୍ୟା’ ଫିଲ୍ମର ‘ୱାଖରା’ ସଙ୍ଗ ମେକିଂ !

42

ପାର୍ଟି ସିକ୍ୱେନ୍ସକୁ ନେଇ ପ୍ରସ୍ତୁତ ହୋଇଛି ଆଗାମୀ ବଲିଉଡ୍ ବ୍ଲାକ୍ କମେଡି ଫିଲ୍ମ ‘ଜଜମେଂଟାଲ୍ ହୈ କ୍ୟା’ର ଗୀତ ‘ଦ ୱାଖରା ସଙ୍ଗ୍’ । ଗୀତର ମେକିଂ ଭିଡିଓ ଏବେ ରିଲିଜ୍ ହୋଇଛି । ଗୀତରେ ଫିଲ୍ମର ଲିଡ୍ ରାଜ୍କୁମାର୍ ରାଓ ଓ କଙ୍ଗନା ରଣାୱତଙ୍କୁ ଦେଖିବାକୁ ମିଳିଛି ।

ରଙ୍ଗୀନ୍ ଲାଇଟ୍ ଆଉ ଡିଫରେଂଟ୍ ଆଉଟଫିଟ୍ ରେ ଦୁଇଜଣଙ୍କୁ ଦେଖିବାକୁ ମିଳିଛି ଏଠାରେ । କୋରିଓଗ୍ରାଫର୍ ବସ୍କୋଙ୍କ କୋରିଓଗ୍ରାଫିରେ ଏଠାରେ ଡ୍ୟାନ୍ସ ପରିବେଷଣ କରୁଛନ୍ତି କଙ୍ଗନା- ରାଜକୁମାରଙ୍କ ସହ ବାକି ଡ୍ୟାନ୍ସର୍ । ସିନେମାର ଭିନ୍ନ ଷ୍ଟୋରୀଲାଇନକୁ ନଜରରେ ରଖି ଏଭଳି ଗୀତ ପ୍ରସ୍ତୁତ କରାଯାଇଛି । ଏହି ଜବରଦସ୍ତ ପାର୍ଟି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । ଗୀତରେ ଶୁଣିବାକୁ ମିଳିଛି ନ୍ୟୁକମର୍ ସିଙ୍ଗରଙ୍କ ଦମଦାର୍ ଗାୟିକୀ । ନବ୍ ଇନ୍ଦର୍, ଲିଜା ମିଶ୍ରା, ଏବଂ ରାଜା କୁମାରୀଙ୍କ ଆକର୍ଷଣୀୟ ଗାୟିକୀ ଗୀତଟିକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଗୀତରେ ରାପ୍ କରିଛନ୍ତି ରାଜା କୁମାରୀ ।


ଏହି ପାର୍ଟି ସଙ୍ଗର ଲିରିକ୍ସ ଦେଇଛନ୍ତି ତନିଷ୍କ ବାଗଚି ଓ ନାଭି କାମ୍ବୋଜ୍ । ଫିଲ୍ମରେ ଦୁଇ ଜଣ ପଡୋଶି ଭାବେ ନଜର ଆସିବେ କଙ୍ଗନା ଓ ରାଜ୍ କୁମାର୍ । ଆଉ ଦୁହିଁଙ୍କ ଭିତରେ ଏକ ମର୍ଡରକୁ ନେଇ ହୁଏ ଦୁଶମନି । ବାଲାଜି ମୋସନ୍ ପିକଚର୍ସ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋଭେଲାମୁଡ୍ଡି । ୨୬ ଜୁଲାଇରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଜଜମେଂଟାଲ୍ ହୈ କ୍ୟା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More