Only for Entertainment

ସଲମାନଙ୍କ ବିବାହ ପ୍ରପୋଜାଲକୁ ଏଡ଼ାଇଥିଲେ ଜୁହି ଚାୱଲାଙ୍କ ବାପା,ଦେଖନ୍ତୁ ବହୁ ବର୍ଷର ଭିଡ଼ିଓ ।

jansatta
0 58

ସଲମାନ ଖାନ ଏବେ ତାଙ୍କ ଦବଙ୍ଗ ଟୁରକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ତେଣୁ ସେ ଏବେ ୟୁଏସରେ ଅଛନ୍ତି । କିନ୍ତୁ ୨୬ ବର୍ଷ ପରେ ତାଙ୍କର ଏକ ପୁରୁଣା ଭିଡ଼ିଓ ଖୁବ ଭାଇରାଲ ହେଉଛି । ଭିଡ଼ିଓରେ ସଲମାନ ଅମୀର ଖାନ,ରବିନା ଟଣ୍ଡନ,ଜୁହି ଚାୱଲା ଓ ଦିବ୍ୟା ଭାରତୀଙ୍କ ବିଷୟରେ କଥା ହେଉଛନ୍ତି । ଆଜିର ତୁଳନାରେ ସଲମାନ ଖୁବ ଭିନ୍ନ ନଜର ଆସିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ସ୍ୱରରେ ମଧ୍ୟ ଖୁବ ପରିବର୍ତ୍ତନ ଦେଖାଦେଇଛି । କିନ୍ତୁ ଭିଡ଼ିଓରେ ଆପଣ ଦେଖିପାରିବେଯେ ସଲମାନ ହୋଷ୍ଟଙ୍କୁ ହିରୋଙ୍କ ଭଳି ଉତ୍ତର ଦେଉଛନ୍ତି । ଏହା ସହିତ ସେ ଅଭିନେତ୍ରୀ ଜୁହି ଚାୱଲାଙ୍କ ବିଷୟରେ ବିବାହ କଥା ମଧ୍ୟ ସେୟାର କରିଛନ୍ତି ।

ଇଂଟରଭ୍ୟୁ ଆରମ୍ଭରେ ସଲମାନ ନିଜକୁ ଅମୀର ଖାନ ବୋଲି କହିଛନ୍ତି । ତେବେ ଏଭଳି କହିବାର କାରଣ ମଧ୍ୟ ସେ କହିଛନ୍ତି । ସେ କହିଛନ୍ତିଯେ, ‘ଆମେ ଯେଉଁଆଡ଼େ ଯାଉ ଲୋକ ମୋ ନାମ ନୁହେଁ ବରଂ ଅମୀର ଅମୀର ବୋଲି ଚିତ୍କାର କରନ୍ତି’ । ଏହା ସହିତ ଏହି ରାଜ ମଧ୍ୟ ଖୋଲିଲେଯେ କମେଡ଼ି ଫିଲ୍ମ ଅନ୍ଦାଜ ଅପନା ଅପନା ରିଲିଜ ଡେଟକୁ କାହିଁକି ଘୁଂଚା ଯାଇଥିଲା । ସଲମାନ ସ୍ୱୀକାର କରି କହିଛନ୍ତିଯେ ସେ ଜାଣିଥିଲେ ଫିଲ୍ମ ରିଲିଜ ପରେ ମିଡିଆ ଅମୀର ଅମୀର କହି ପ୍ରଶଂସା କରିବେ । ଏହା ସହିତ ସେ ଅମୀରଙ୍କୁ ଏକ କ୍ଲିନ ଇମେଜ ଦେଇ କହିଛନ୍ତିଯେ ଅମୀର ପାଗଳ ଭଳି ପତ୍ନୀଙ୍କୁ ଭଲପାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More