Only for Entertainment

୩୦ବର୍ଷ ପୂର୍ବେ ଜୁହି ଅମୀରଙ୍କୁ କିସ କରିବା ପାଇଁ କରିଥିଲେ ଅସ୍ୱୀକାର, ନିର୍ଦ୍ଦେଶକ ଖୋଲିଲେ ରାଜ୍ !

generateseen
0 59

୯୦ଦଶକର ଅଭିନେତ୍ରୀ ଜୁହି ଚାୱଲା ଏବଂ ମିଷ୍ଟର ପରଫେକ୍ସନିଷ୍ଟଙ୍କ ୧୯୮୮ରେ ଆସିଥିବା ‘କୟାମତ ସେ କୟାମତ ତକ’ଫିଲ୍ମ ଆପଣଙ୍କର ନିଶ୍ଚୟ ମନେ ଥିବ । ହଁ ଆଜ୍ଞା ଏହା ସେହି ଫିଲ୍ମ ଯାହା ରିଲିଜ ହେବା ପରେ ଅମୀର ରାତରାତି ଷ୍ଟାର ହୋଇଯାଇଥିଲେ । ଫିଲ୍ମର ଗୋଟେ ଗୋଟେ ସିନ ଦର୍ଶକମାନଙ୍କ ହୃଦୟରେ ଆଙ୍କି ହୋଇଯାଇଥିଲା । ଏଭଳି କିଛି ସିନ ଥିଲା ଅମୀର ଏବଂ ଜୁହିଙ୍କର ଯେଉଁଥିରେ ଦୁହେଁ ଦୁହିଁଙ୍କୁ କିସ କଲା ଭଳି ମାତ୍ର ଆପଣ ଜାଣନ୍ତି କି ଦୁହିଁଙ୍କ ମଧ୍ୟରେ ଏହି କିସ କରିବା ସିନ ଖୁବ କଷ୍ଟକର ଥିଲା ।

qsqtକଥାଟି ହେଉଛି ସ୍କ୍ରିପ୍ଟ ଡିମାଣ୍ଡ ଅନୁସାରେ ଫିଲ୍ମର ଗୀତ ‘ଅକେଲେ ହମ ଅକେଲେ ତୁମ’ସୁଟିଂ ସମୟରେ ଜୁହି ଅମୀରଙ୍କ ଗାଲ ଏବଂ ମଥାକୁ କିସ କରିବା ସିନ ଥିଲା । ମାତ୍ର ଜୁହି ଅମୀରଙ୍କୁ କିସ କରିବା ପାଇଁ ସଫା ମନା କରିଦେଇଥିଲେ ।

ଜୁହିଙ୍କ ମନା କରିବା ପରେ ନିର୍ଦ୍ଦେଶକ ୧୦ମିନିଟ ପର୍ଯ୍ୟନ୍ତ ସୁଟିଂ ଅଟକ ରଖିଥିଲେ । କିଛି ସମୟ ପରେ ଜୁହି ବୁଝି ପାରିଥିଲେ ଯେ ସ୍କ୍ରିପ୍ଟର ଡିମାଣ୍ଡ ଏହା ତେଣୁ କିଛି ସମୟ ପରେ ସେ ତାଙ୍କୁ କିସ କରିବା ଲାଗି ରାଜି ହୋଇଥିଲେ । ଏହାପରେ ଫିଲ୍ମ ସୁଟିଂ ଆରମ୍ଭ କରାଯାଇଥିଲା ।

 

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ୩୦ବର୍ଷ ପୂର୍ବେ ୨୯ଅପ୍ରେଲ ୧୯୮୮ରେ ଏହି ଫିଲ୍ମ ରିଲିଜ ହୋଇ ସୁପରହିଟ ହୋଇଥିଲା । ଏହା ଏକ ରୋମାଂଟିକ ଫିଲ୍ମ ଥିଲା । ଏହି ଫିଲ୍ମର ଗୀତ ଆଜି ମଧ୍ୟ ସମସ୍ତଙ୍କର ପସନ୍ଦ । ଏହାପରେ ଦର୍ଶକ ଅମୀର ଏବଂ ଜୁହିଙ୍କ ଯୋଡିକୁ ପସନ୍ଦ କରିବାକୁ ଲାଗିଲେ ।

କୟାମତ ସେ କୟାମତ ତକ ଫିଲ୍ମ ଅମୀର ଖାନଙ୍କର ଦ୍ୱିତୀୟ ଫିଲ୍ମ ଏବଂ ଜୁହିଙ୍କର ଏହା ୩ୟ ଫିଲ୍ମ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More