Only for Entertainment

Birthday Special : ବିବାହ ପୂର୍ବରୁ ଆମୀର ଖାନଙ୍କ ଭଣଜା ଜୁହି ଚାୱଲାଙ୍କୁ ପିନ୍ଧାଇଥିଲେ ମୁଦି, ଏହି କାରଣ ପାଇଁ ହୋଇଥିଲେ ଅଲଗା

patrika
40

ଅଭିନେତ୍ରୀ ଜୁହି ଚାୱଲା ଯେବେ ଫିଲ୍ମ ଦୁନିଆରେ ପାନଦ ଦେଇଥିଲେ ତାଙ୍କ ସୁନ୍ଦରତାରେ ଅନେକ ଫିଦା ହୋଇଯାଇଥିଲେ । ଜୁହି ଆଜି ନିଜର ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୫୨ ବର୍ଷ ପୂରଣ କରିସାରିଥିଲେ ମଧ୍ୟ ତାଙ୍କର ସୁନ୍ଦରତା ଆଜି ବି ସେହିପରି ରହିଛି । ତେବେ ଜୁହିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଏକ ରୋଚକ କଥା । ଏ ବିଷୟରେ ବୋଧେ ହୁଏ କାହାକୁ ଜଣା ବି ନଥିବ ।

ବିଜନେସମ୍ୟାନ ଜୟ ମେହତାଙ୍କୁ ବିବାହ କରିବା ପୂର୍ବରୁ ଆମୀର ଖାନଙ୍କ ଭଣଜା ଜୁହୀଙ୍କୁ ଆଙ୍ଗୁଠୀ ପିନ୍ଧାଇଥିଲେ । ଇମରାନ ଖାନ ଜୁହି ଚାୱଲାଙ୍କୁ ଖୁବ ପସନ୍ଦ କରୁଥିଲେ । ଆଜ୍ଞା ହିଁ, ଆମେ କହୁଛୁ ସେହି ସମୟ କଥା ଯେତେବେଳେ ଜୁହି ଚାୱଲା ଏବଂ ଆମୀର ଖାନ ଫିଲ୍ମ ‘କୟାମତ ସେ କୟାମତ ତକ’ର ସୁଟିଂ କରୁଥିଲେ । ଏହି ଫିଲ୍ମର ସୁୂଟିଂ ସମୟରେ ଆମୀରଙ୍କ ସେଟକୁ ଇମରାନ ଯାଉଥିଲେ । ସେତେବେଳେ ଇମରାଜ ଜୁହିଙ୍କୁ ଏତେ ପସନ୍ଦ କରୁଥିଲେ ଯେ, ସୁଟିଂ ସେଟରେ ହିଁ ତାଙ୍କୁ ପ୍ରପୋଜ କରି ରିଙ୍ଗ ପିନ୍ଧାଇଥିଲେ । ଜୁହି ମଧ୍ୟ ଇମରାନଙ୍କ ଏହି ପ୍ରପୋଜାଲକୁ ଗ୍ରହଣ କରିଥିଲେ ।

 

 

View this post on Instagram

 

May this special day bring peace, happiness and prosperity to everyone. Eid Mubarak! #EidMubarak

A post shared by Juhi Chawla (@iamjuhichawla) on

ସବୁଠାରୁ ମଜାକଥା ହେଉଠି ସେତେବେଳେ ଇମରାନ କାନଙ୍କ ବୟସ ମାତ୍ର ଚାରି ବର୍ଷ ହୋଇଥିଲା । ସେଥିରୁ ଆପଣ ଅନୁମାନ କରିପାରିବେ ଯେ, ଇମରାନ ଜୁହିଙ୍କୁ କେତେ ପସନ୍ଦ କରୁଥିଲେ ।

 

 

View this post on Instagram

 

About last night at Sonam ki Shaadi 😍🤗🤗 Outfit by: @sabyasachiofficial Makeup by : @sangeeta_rawal Hair by : @hairbyminimahadik

A post shared by Juhi Chawla (@iamjuhichawla) on

ବିବାହ ବିଷୟରେ କହିବାକୁ ଗଲେ ପତି ଜୟ ମେହତାଙ୍କ ସହିତ ଜୁହିଙ୍କ ସାକ୍ଷାତ ସାଉଥ ଆଫ୍ରିକାରେ ହୋଇଥିଲା । ଫିଲ୍ମ ମେକର ରାକେଶ ରୋଶନ ଦୁହିଁଙ୍କୁ ପରିଚିତ କରାଇଥିଲେ । ଏହା ପରେ ଜୟ ମେହତାଙ୍କ ପତ୍ନୀଙ୍କ ପ୍ଲେନ କ୍ରାସରେ ଦେହାନ୍ତ ହୋଇଯାଇଥିଲା । ଏହି ସମୟରେ ଜୁହି ଜୟଙ୍କର ପୂରା ଧ୍ୟାନ ଜୁହି ରଖିଥିଲେ । ପରେ ଦୁହେଁ ୧୯୯୫ରେ ବିବାହ କରିଥିଲେ । ମାତ୍ର କ୍ୟାରିଅର ପାଇଁ ଜୁହି ନିଜ ବିବାହକୁ ୨ ବର୍ଷ ଲୁଚାଇ ରଖିଥିଲେ । ପ୍ରେଗ୍ନେସି ସମୟରେ ଜୁହି ନିଜର ବିବାହ ବିଷୟରେ ଖୁଲାସା କରିଥିଲେ । ଏବେ ତାହ୍କର ଦୁଇଟି ସନ୍ତାନ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More