Only for Entertainment

ମୃତ୍ୟୁ ମୁଖରୁ ବଂଚିଲେ ଟିଭି ଅଭିନେତ୍ରୀ ଜୁହି ପରମାର ।

India.com
41

ଟିଭି ଅଭିନେତ୍ରୀ ଜୁହି ପର୍‌ମାରଙ୍କର ଚଳିତ ବର୍ଷର ହୋଲି ସବୁ ଦିନ ପାଇଁ ମନେ ରହିବ । ଏ ବର୍ଷ ହୋଲିରେ ତାଙ୍କ ସହ ଯେଉଁ ଘଟଣା ଘଟିଥିଲା, ବୋଧହୁଏ ସେ କେବେ ତାକୁ ଭୁଲି ପାରିବେ ନାହିଁ । ମୃତ୍ୟୁମୁଖକୁ ଯାଉ ଯାଉ ଜୁହି ବଞ୍ଚି ଯାଇଥିବା ବେଳେ ଏ ନେଇ ସେ ଏବେ ଖୁଲାସା କରିଛନ୍ତି । ଏମିତି କି ମୃତ୍ୟୁବରଣ କରିବେ ବୋଲି ଭାବି ଜୁହି ନିଜ ଝିଅ କଥା ବୁଝିବା ପାଇଁ ନିଜ ଜଣେ ବନ୍ଧୁଙ୍କୁ ଦାୟିତ୍ୱ ଦେଇଥିଲେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ମାର୍ଚ୍ଚ ୨୧ରେ ଜୁହି ନିଜର ଜଣେ ବନ୍ଧୁଙ୍କ ଘରକୁ ହୋଲିର ପାର୍ଟିରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ତାଙ୍କର ବାନ୍ତି ହୋଇଥିଲା । ବାନ୍ତି ନାକର ନଳି ପଟେ ବାହାରିବାରୁ, ସେ ନିଶ୍ୱାସ ନେଇ ପାରି ନ ଥିଲେ । ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କ ବନ୍ଧୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଚିକିତ୍ସା କରାଯିବାର କିଛି ସମୟ ପରେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା । ଆଉ ଟିକେ ବିଳମ୍ବ ହୋଇଥିଲେ, ଜୁହିଙ୍କ ଜୀବନ ମଧ୍ୟ ଚାଲି ଯାଇଥାନ୍ତା ବୋଲି କହିଥିଲେ ଡ଼ାକ୍ତର । ନିଜର ଏଭଳି ଅପ୍ରୀତିକର ସ୍ମୃତିକୁ ଜୁହି ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରି ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More