Only for Entertainment

ଜୁମାଂଜୀ ଦ ନେକ୍ସଟ ଲେବଲ ଫିଲ୍ମ ଏହିଦିନ ହେବ ରିଲିଜ , ଦମଦାର ଲୁକରେ ନଜର ଆସିଲେ ରକ !

30

ଜୁମାଂଜୀ ଦ ନେକ୍ସଟ ଲେବଲ ଖୁବ ଶୀଘ୍ର ବକ୍ସଅଫିସରେ ଧମାକା କରିବାକୁ ଆସୁଛି । ଜୁମାଂଜୀର ସିକ୍ୱେଲ ୩ ଦ ନେକ୍ସଟ ଲେବଲର ଟ୍ରେଲର ନିକଟରେ ଲଂଚ ହୋଇଛି ଏବଂ ଫିଲ୍ମର ଷ୍ଟାର କାଷ୍ଟରେ ଡ୍ୱେନ ଜନସନ, କେବିନ ହାର୍ଟ, ନିକ ଜୋନଓ, କରେନ ଗିଲାନ ଆପଣଙ୍କୁ ନଜର ଆସିବେ । ଏହି ଫିଲ୍ମ ଜୁମାଂଜୀ ସିରିଜର ତୃତୀୟ ପାର୍ଟ ଅଟେ । ଏଥିରେ ନୂଆ ଟ୍ୱିଷ୍ଟ ଏବଂ କମିକ ବିଟ୍ସ ଦେଖିବାକୁ ମିଳିବ ।


ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ କିଛି ଅଦ୍ଭୁତ ଟ୍ୱିଷ୍ଟର ଖୁଲାସା ହେବ , ଏହି କାରଣରୁ ଫିଲ୍ମକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଥିବା ଜଣାପଡିଛି । ଏହାସହ ଆପଣଙ୍କୁ ଏଠାରେ ମନେ ପକାଇ ଦେଉଛୁ ଯେ ଜୁମାଂଜୀ ଦ ନେକ୍ସଟ ଲେବଲ ୨୦୧୭ରେ ରିଲିଜ ହୋଇଥିଲା, ଜୁମାଂଜୀ ୱେଲକମ ଟୁ ଦ ଜଙ୍ଗଲର ସିକ୍ୱେଲ ଅଟେ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଜ୍ୟାକ କସଦନ । ରିଲିଜ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୧୩ଡିସେମ୍ବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More