Only for Entertainment

ଦେଖନ୍ତୁ ‘ଜୁରାସିକ ୱାଲର୍ଡ ଫଲେନ କିଂଗଡୋମ’ର ଟ୍ରେଲର ।

JOE
0 60

ମନୁଷ୍ୟ ଏବଂ ଡାଇନେସର ମଧ୍ୟରେ ଥିବା ଜବରଦସ୍ତ ଅଭିନୟ ଏବଂ ଥ୍ରିଲରେ ଭରପୂର ଫିଲ୍ମ ‘ଜୁରାସିକ ୱାଲର୍ଡ ଫଲେନ କିଂଗଡୋମ’ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ ୨୦୧୫ରେ ଆସିଥିବା ଜୁରାସିକ ୱାର୍ଲ୍ଡର ସିକ୍ୱେଲ ଫିଲ୍ମ ଅଟେ । ଏହି ଟ୍ରେଲରରେ ଆପଣଙ୍କୁ ଭୟଙ୍କର ଅଭିନୟର ଦୃଶ୍ୟ ଦେଖିବାକୁ ମିଳିବ ।

‘ଜୁରାସିକ ୱାର୍ଲ୍ଡ ଫଲେନ କିଂଗଡୋମ’ର ନିର୍ଦ୍ଧେଶକ ଜେ.ଏ. ବେୟୋନ ଫିଲ୍ମକୁ ହିଟ କରିବା ଲାଗି ଆକ୍ସନ ସିନ ଉପରେ ଅନେକ କାମ କରାଯାଇଛି । ଟ୍ରେଲରର ଆରମ୍ଭରେ ଆପଣ ପ୍ରଥମେ ଡାୟନେସର ଏବଂ ଏକ ଛୋଟ ଝିଅକୁ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ଡାୟନେସର ଏବଂ ସେମାନଙ୍କ ମଧ୍ୟରେ ଛନ୍ଦି ହୋଇଥିବା ଲୋକଙ୍କ ଉପରେ ରହିଛି । ଫିଲ୍ମରେ ମଣିଷ ଏବଂ ଡାୟନେସରଙ୍କ କାହାଣୀ କିଭଳି ରୋମାଂଚକ ହୋଇଥିବ ଟ୍ରେଲର ଦେଖି ଆପଣ ଏହାର ଅନ୍ଦାଜ ଲଗାଇ ପାରୁଥିବେ ।

ଏହି ଫିଲ୍ମରେ କ୍ରିସପେଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ କ୍ରିସପେଟଙ୍କ ସହ ଜେଫ ଗୋଲ୍ଡବମ, ବ୍ରାଇସ ଡଲାସ ଏବଂ ହାବର୍ଡ ଓ ଇୟାନ ମେଲ ମଧ୍ୟ ନଜର ଆସିବେ ।

ଖାସ କଥା ହେଉଛି , ହଲିଉଡ ଫିଲ୍ମ ହୋଇଥିବାରୁ ଏହି ଫିଲ୍ମ ଆମେରିକା ପୂର୍ବରୁ ଭାରତରେ ରିଲିଜ ହେବ । ‘ଜୁରାସିକ ୱାଲର୍ଡ ଫଲେନ କିଂଗଡୋମ’ ୮ଜୁନରେ ଭାରତରେ ରିଳିଜ ହେବା, ମାତ୍ର ଆମେରିକାରେ ଏହା ଦୁଇ ସପ୍ତାହ ପରେ ଅର୍ଥାତ ୨୨ଜୁନକୁ ରିଲିଜ ହେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More