Only for Entertainment

ଦ୍ୱିତୀୟ ପାର୍ଟ ରିଲିଜ ହେବା ପୂର୍ବରୁ ବଡ ଘୋଷଣା, ୨୦୨୧ରେ ରିଲିଜ ହେବ ଜୁରାସିକ ୱାଲ୍ଡର ତୃତୀୟ ପାର୍ଟ

We Got This Covered
0 82

ଜୁରାସିକ ୱାଲ୍ଡ ଫଲେନ କିଙ୍ଗଡମ୍ ରିଲିଜ ହେବା ପୂର୍ବରୁ ଏହାର ଫ୍ରାଞ୍ଚାଇଜ ତୃତୀୟ ଭାଗ ବିଷୟରେ ଘୋଷଣା କରିଛନ୍ତି । ଏବଂ ଏହି ଫିଲ୍ମର ନିର୍ଦ୍ଦେଶକ ଭାବେ କ୍ୟାଲିନ ଟ୍ରେବୋରୋଙ୍କ ନାମକୁ ମଧ୍ୟ ଫାଇନାଲ କରାଯାଇଛି । ଫିଲ୍ମର ପ୍ରଡ୍ୟୁସର ଷ୍ଟିୱନ ସ୍ପିଲବର୍ଗ ଏହା ବିଷୟରେ ସୂଚନା ଦେଇଛନ୍ତି ।

ଷ୍ଟ୍ରିୱନଙ୍କ ଅନୁସାରେ ଟ୍ରେବୋରୋ ଜୁରାସିକ ୱାଲ୍ଡର ତୃତୀୟ ସଂସ୍କରଣର କାହାଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ତୁଲାଇବେ । ଏହି ଫିଲ୍ମରେ ଡାଇନେସୋର ଆହୁରି ଭୟଙ୍କର ଅନ୍ଦାଜରେ ନଜର ଆସିବ । ଏହା ସହିତ ଫିଲ୍ମକୁ ଆହୁରି ଦମଦାର ଅନ୍ଦାଜରେ ଦର୍ଶାଇବା ପାଇଁ ନୂଆ ଏବଂ ରୋମାଂଚକ ସାଉଣ୍ଡ ଖୋଜାଯାଉଛି ।

ଜୁରାସିକ ୱାଲ୍ଡ ବିଷୟରେ କହିବାକୁ ଗଲେ ୨୦୧୫ରେ ଏହି ଫିଲ୍ମର ପଥମ ଭାଗ ପୁରା ଦୁନିଆରେ ଧୁମ ମଚାଇଥିଲା । ଏହି ଫିଲ୍ମ ପାଖାପାଖି ୧.୬ ଆରବ ଡଲାର ଆୟ କରିଥିଲା । ଏହି ଫିଲ୍ମରେ ବଲିଉଡ ଅଭିନେତା ଇରଫାନ ଖାନ ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ କ୍ୟାଲିନ ଟ୍ରେବୋରୋ ।

 

ଏହାପରେ ୨୦୧୮ରେ ଏହି ସିରିଜର ଦ୍ୱିତୀୟ ସଂସ୍କରଣ ରିଲିଜ ହେବ । ଭାରତରେ ଏହି ଫିଲ୍ମଟି ୫ଜୁନରେ ରିଲିଜ ହେବାକୁ ଥବା ବେଳେ ଆମେରିକାରେ ଏହା ୨୨ ଜୁନରେ ରିଲିଜ ହେବ । ସେହିପରି ଏହାର ତୃତୀୟ ପାର୍ଟ ୨୦୨୧ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More