Only for Entertainment

ଗର୍ଲଫ୍ରେଣ୍ଡଙ୍କ ପାଇଁ ଜଷ୍ଟିନ ରାସ୍ତାରେ ଗାଇଲେ ଗୀତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !

amarujala
0 33

ନିଜ ଗୀତରେ କୋଟି କୋଟି ଲୋକଙ୍କ ହୃଦୟ ଜିତୁଥିବା ଗାୟକ ଜଷ୍ଟିନ ବିବର କିଛି ଦିନ ହେବ ଖାସ କାରଣ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଗତ ଦିନରେ ଆମେରିକାର ପ୍ରସିଦ୍ଧ ମଡେଲ ହେଲି ବାଲ୍ଡବିନଙ୍କୁ ବିବାହ କରିବା ଖବରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ପୁଣିଥରେ ସେ ତାଙ୍କ ଭାବି ପତ୍ନୀଙ୍କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କିଛି ଦିନ ତଳେ ଜଷ୍ଟିନ ଇଂଲଣ୍ଡରେ ତାଙ୍କ ଭାବୀ ପତ୍ନୀଙ୍କ ସହ ଛୁଟି ବିତାଇବା ପାଇଁ ଯାଇଥିଲେ । ଏହି ସମୟରେ ସେ କିଛି ଏଭଳି କାମ କରିଥିଲେ ଯାହା ସମସ୍ତେ ଦେଖି ରହିଯାଇଥିଲେ ।

ଅସଲରେ ଜଷ୍ଟିନ ବିବର ହେଲିଙ୍କ ପାଇଁ ବକିଂଘମ ପ୍ୟାଲେସ ବାହାରେ ବସି ଗୀତ ଗାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଜଷ୍ଟିନଙ୍କ ଗୀତକୁ ଖୁବ ଉପଭୋଗ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଷ୍ଟିନଙ୍କ ଫ୍ୟାନ୍ସ ତାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜଷ୍ଟିନ ବିବର ଏବଂ ହେଲି ବାଲ୍ଡବିନ ଏକ ଲୋକାଲ ରେସ୍ତୋରାଁରେ ୭ଜୁଲାଇରେ ନିର୍ବନ୍ଧ କରିଥିଲେ । ୨୪ବର୍ଷର ଜଷ୍ଟିନ ୨୦୧୬ରୁ ହେଲିଙ୍କୁ ଡେଟ କରୁଛନ୍ତି । କିଛି ଦିନ ପୂର୍ବେ ଦୁହିଁଙ୍କ ମଧ୍ୟରେ ବିଚ୍ଛେଦ ଥିବା ଖବର ଶୁଣିବାକୁ ମିଳିଥିଲା , ମାତ୍ର ଦୁହେଁ ପୁଣି ଥରେ ଏକାଠି ନଜର ଆସିଛନ୍ତି । ଏବେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More