Only for Entertainment

ଏକ୍ସ ଗର୍ଲଫ୍ରେଣ୍ଡ ଗୋମେଜଙ୍କ ରୋଗ ସମ୍ପର୍କରେ ଶୁଣି ଖୁବ କାନ୍ଦିଲେ ଜଷ୍ଟିନ ବିବର !

41

ଗାୟିକା ଏବଂ ଅଭିନେତ୍ରୀ ସେଲେନା ଗୋମେଜ ଏବେ ହସ୍ପିଟାଲରେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ସେଲିନାଙ୍କର ପୁର୍ବରୁ କିଡନୀ ଟ୍ରାନ୍ସପ୍ଲାଂଟ ହୋଇଥିବା କାରଣରୁ ସେ ଅନେକ ସମସ୍ୟାର ସାମ୍ନା କରୁଥିଲେ ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟରେ ଏବେ ଖବର ଆସିଛି ଯେ ସେଲେନାଙ୍କ ଏକ୍ସ ବୟଫ୍ରେଣ୍ଡ ଜଷ୍ଟିନଙ୍କୁ ଯେମିତି ଏହି ଖବର ମିଳିଛି ସେ କାନ୍ଦିବା ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ମୁତାବକ ଜଷ୍ଟିନଙ୍କ ହୃଦୟରେ ସେଲେନାଙ୍କ ପାଇଁ ଖାସ ସ୍ଥାନ ରହିଛି , ଏହିକାରଣରୁ ସେଲେନାଙ୍କ ଏଭଳି ଖବର ତାଙ୍କୁ ନିରାଶ କରିଛି ।

କନାଡା ସିଙ୍ଗିଙ୍ଗ ସେନସେସନ ଜଷ୍ଟିନ ଏବଂ ସେଲେନା ଗୋମେଜଙ୍କ ପ୍ରେମ ବିଷୟରେ ସମସ୍ତଙ୍କୁ ଜଣା । ଦୁହେଁ ପାଖାପାଖି ୪ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କୁ ଡେଟ କରୁଥିଲେ କିନ୍ତୁ ୨୦୧୪ରେ ଦୁହିଁଙ୍କର ବ୍ରେକଅପ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା ।

ସେ ଏବେ ଆମେରିକା ମଡେଲ ହ୍ୟାଲି ବାଲ୍ଡବିନଙ୍କ ସହ ନିର୍ବନ୍ଧ କରିଛନ୍ତି । ଲମ୍ବା ପୋଷ୍ଟ ଲେଖି ଜଷ୍ଟିନ ନିଜର ନିର୍ବନ୍ଧ କଥା ଜଣାଇଥିଲେ ମାତ୍ର ସେଲେନା ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More