Only for Entertainment

ପୁଣି ରୋମାନ୍ସ କରିବେ ଜ୍ୟୋତି-ଏଲିନା

youtube
0 43

ଚଳିତବର୍ଷ ଦର୍ଶକ ଯେଉଁ ନୂଆ ଯୋଡିକୁ ଦେଖିବାକୁ ପାଇଛନ୍ତି ସେମାନଙ୍କ ମଧ୍ୟରୁ ଜ୍ୟୋତି ଏଲିନା ଗୋଟିଏ । ଏହି ଯୋଡି ପଥମଥର ପାଇଁ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ହାପି ଲକି’ରେ ନଜର ଆସିଥିଲେ । ବର୍ତ୍ତମାନ ଏହି ଯୋଡିକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଅନେକ ସମୟରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ସୁପରହିଟ ଯୋଡିକୁ ରିପିଟ କରିଥାନ୍ତି । ଖବର ଆସୁଛି ଯେ ଜ୍ୟୋତି-ଏଲିନା ପୁଣିଥରେ ଏକ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ହେଉଛି ‘ମହାଦେବ’ । ନବାଗତ ପ୍ରଯୋଜକ ଜ୍ୟୋତି ବେଉରା ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି । ଏହା ସହିତ ଅନେକ ସୁପରହିଟ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ଦିଲୀପ ପଣ୍ଡା ଏହାର ନିର୍ଦ୍ଦେଶକ ଅଛନ୍ତି ।

ଏହା ଏକ ଆକ୍ସନ ଫିଲ୍ମ ବୋଲି ଖବର ମିଳିଛି । ଜ୍ୟୋତି-ଏଲିନା ଏହି ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ଯଦି ଏହି ଖବର ସତ ହୁଏ ତେବେ ଦର୍ଶକ ଦ୍ୱିତୀୟ ଥର ପାଇଁ ଏହି ଯୋଡିଙ୍କୁ ଦେଖିବାକୁ ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More