Only for Entertainment

‘କେଜିଏଫ ଚ୍ୟାପ୍ଟର ୨’ର ପ୍ରଥମ ପୋଷ୍ଟର ରିଲିଜ, ଅଧିରା କ୍ୟାରେକ୍ଟରକୁ ପରିଚିତ କରାଇଲେ ମେକର୍ସ

latestly
111

‘କେଜିଏଫ ଚ୍ୟାପ୍ଟର ୧’କୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିବା ପରେ ନିର୍ମାତା ଆଜି ‘କେଜିଏଫ ଚ୍ୟାପ୍ଟର ୨’ର ପ୍ରଥମ ତଥା ବହୁ ପ୍ରତିକ୍ଷୀତ ପୋଷ୍ଟର ରିଲିଜ କରିଛନ୍ତି । ଫିଲ୍ମର ପ୍ରଥମ ଭାଗକୁ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଜବରଦସ୍ତ ରେସ୍ପନ୍ସ ମିଳିଥିଲା ।

ସୋସିଆଲ ମିଡିଆରେ ମେକର୍ସ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଟ୍ୱିଟ କରିଛନ୍ତି । ଫିଲ୍ମର ଏହି ପୋଷ୍ଟର ‘ଅଧିରା’ ନାମକ କ୍ୟାରେକ୍ଟରକୁ ପରିଚିତ କରାଇଛନ୍ତି ।


ଏହି ପୋଷ୍ଟର ସହିତ ଅଧିରା କ୍ୟାରେକ୍ଟରକୁ ନେଇ ମେକର୍ସ ଏକ ରହସ୍ୟ ସୃଷ୍ଟି କରିଛନ୍ତି । ଫିଲ୍ମର ନୂଆ ପୋଷ୍ଟରରେ ଜଣେ ମୁଠା କରି ଠିଆ ହୋଇଥିବାର ନଜର ଆସୁଛନ୍ତି । ଏବଂ ତାଙ୍କ ଆଙ୍ଗୁଠିରେ ଗୋଟିଏ ଗମ୍ଭୀର ସିଂହ ମୁଦି ଦେଖିବାକୁ ମିଳିଛି । ଯାହା ଦୃଢ ସଂକଳ୍ପ, ଶକ୍ତି ଏବଂ ସଂଘର୍ଷ ଆଡକୁ ଇଶାରା କରୁଛି ।

ବିଗ ବଜେଟର ଏହି ଫିଲ୍ମରେ ଅଦ୍ଭୁତ ଟେକ୍ନୋଲୋଜିର ବ୍ୟବହାର କରାଯିବ । ହିନ୍ଦୀ ସହିତ ଫିଲ୍ମ କନ୍ନଡ, ତାମିଲ ଓ ତେଲଗୁ ଭାଷାରେ ମଧ୍ୟ ରିଲିଜ ହେବ । ପ୍ରଥମ ଚ୍ୟାପ୍ଟର ପରି ଚ୍ୟାପ୍ଟର ୨ରେ ମଧ୍ୟ କନ୍ନଡ ସୁପରଷ୍ଟାର ୟଶ ଏବଂ ଶ୍ରୀନିଧି ସେଟ୍ଟୀଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More