Only for Entertainment

ରଜନୀକାନ୍ତଙ୍କ ସହିତ ନାନା ପାଟେକର,ଦେଖନ୍ତୁ କାଲାର ନୂଆ ପୋଷ୍ଟର ।

aajtak
0 53

ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ କାଲାର ନିର୍ମାତା ଏହି ଫିଲ୍ମର ଦ୍ୱିତୀୟ ପୋଷ୍ଟର ଜାରି କରିଛନ୍ତି । ଏହି ପୋଷ୍ଟ ଦେଖିବାପରେ ଦର୍ଶକଙ୍କ କ୍ରେଜ ବଢିଯାଇଛି । ପୋଷ୍ଟରରେ ରଜନୀକାନ୍ତଙ୍କ ସହିତ ନାନା ପାଟେକର ମଧ୍ୟ ନଜର ଆସିଛନ୍ତି ।

ଜୁନର ପ୍ରଥମ ସପ୍ତାହରେ ରିଲିଜ ହେବାକୁ ଯାଉଥିବା ରଜନୀକାନ୍ତଙ୍କ ଫିଲ୍ମ କାଲାର ରିଲିଜକୁ ଲମ୍ବା ସମୟ ଧରି ସାରା ଦେଶ ଅପେକ୍ଷା କରିଛି । ଏହି ଫିଲ୍ମ ୭ ଜୁନରେ ରିଲିଜ ହେବ । କେବଳ ତାମିଲରେ ନୁହେଁ ବରଂ ଏହି ଫିଲ୍ମ ହିନ୍ଦୀରେ ମଧ୍ୟ ରିଲିଜ ହେବ । ଫିଲ୍ମରେ ରଜନୀକାନ୍ତ ମୁମ୍ବାଇର ଜଣେ ଡନ ଚରିତ୍ରରେ ନଜର ଆସିବେ । କିନ୍ତୁ ସେ କ୍ଷତିକାରକ ନୁହେଁ ବରଂ ଲୋକଙ୍କୁ ସାହାଯ୍ୟ କରୁଥିବା ଡନ । ତେବେ ସବୁଠାରୁ ବଡ଼ ସସପେନ୍ସ ହେଉଛି ନାନା ପାଟେକରଙ୍କ ଚରିତ୍ର । ସେ କିଭଳି ଚରିତ୍ରରେ ନଜର ଆସିବେ ତାହାକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିଯାଇଛି ।


କିଛି ଦିନ ପୂର୍ବରୁ ଫିଲ୍ମର ଅଡିଓ ଲଂଚର ଆୟୋଜନ କରାଯାଇଥିଲା,ଯାହା ଦ୍ୱାରା ଫିଲ୍ମର ସମସ୍ତ କାଷ୍ଟ ଏକାଠି ହୋଇଥିଲେ । ଏହା ଦ୍ୱାରା ଫିଲ୍ମର ପ୍ରଡ୍ୟୁସର ଏବଂ ରଜନୀକାନ୍ତଙ୍କ ଜ୍ୱାଇଁ ଧନୁଷ ମଧ୍ୟ ଉପସ୍ଥିତ ଥିଲେ । ତେବେ ଫିଲ୍ମର ଟିଜରକୁ ୨ କୋଟି ଭ୍ୟୁ ମିଳିସାରିଛି ।

ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଅଭିନେତ୍ରୀ ହୁମା କୁରୈସି ଏବଂ ଅଂଜଳି ପାଟିଲ ମଧ୍ୟ ଲିଡ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More