Only for Entertainment

୧୬ବର୍ଷ ପରେ ଏଭଳି ଦିଶନ୍ତି ‘କାଂଟାଲଗା’ଗର୍ଲ, କହିଲେ ମୋ ଭଳି ଆଉ କେହି ନାହିଁ !

rajasthanbharti
0 134

୧୬ବର୍ଷ ପୂର୍ବେ ୨୦୦୨ରେ ‘କାଂଟା ଲଗା’ଗୀତ ଧମାଲ ମଚାଇଥିଲା । ଏହି ଗୀତରେ ଶେଫାଳୀ ଜରୀୱାଲା ମଧ୍ୟ ହିଟ ହୋଇଯାଇଥିଲେ । ଏହାପରେ ୨୦୦୪ରେ ସେ ଫିଲ୍ମ ‘ମୁଝସେ ଶାଦୀ କରୋଗୀ’ରେ ବିଜଲି ଭୁମିକାରେ ନଜର ଆସିଥିଲେ ।

ରିଆଲିଟି ଶୋ’ରେ ମଧ୍ୟ ଶେଫାଳୀ ନଜର ଆସି ସାରିଲେଣି । ଏହାପରେ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଗାୟବ ହୋଇଯାଇଥିଲେ । ଏବେ ତାଙ୍କର କିଛି ସାମ୍ନାକୁ ଆସିଛି, ଯେଉଁତିରେ ସେ ଭିନ୍ନ ନଜର ଆସିଛନ୍ତି ।

ଶେଫାଳୀଙ୍କ ଗୀତ ‘କାଂଟାଲଗା’ ହିଟ ହେବା ପରେ ତାଙ୍କର ୧୦-୧୫ଟି ମ୍ୟୁଜିକ ଆଲବମ ଆସିଥିଲା । ସେ ‘କାଂଟାଲଗା’ ରୂପେ ପ୍ରସିଦ୍ଧ ହୋଇଯାଇଥିଲେ ।


ଖବର ମୁତାବକ , ୨୦୧୪ରେ ଶେଫାଳୀ ତରଙ୍କର ବୟଫ୍ରେଣ୍ଡ ପରାଗ ତ୍ୟାଗୀଙ୍କୁ ଲୁଚାଛପା ବିବାହ କରିଥିଲେ । ଶେଫାଳୀଙ୍କର ଏହା ୨ୟ ବିବାହ ଥିଲା, ଏହାପୂର୍ବରୁ ସେ ହରମିତ ଗୁଲଜାରଙ୍କୁ ବିବାହ କରିଥିଲେ । ୨୦୦୯ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା ।


ନିକଟରେ ଏକ ସାକ୍ଷାତକାରରେ ଶେଫାଳୀ କହିଥିଲେ , ଯେ ତାଙ୍କ ଭଳି ଆଉ କେହି ‘କାଂଟାଲଗା’ ଗର୍ଲ ହୋଇପାରିବେ ନାହିଁ । ଏଠାରେ ଆମେ କହି ରଖୁଛୁ ଯେ ଶେଫାଳୀ ‘କାଂଟାଲଗା’ ବ୍ୟତୀତ କଭି ଆର କଭି ପାର, ମାଲ ଭାରୀ ଆହେ, ଏବଂ ପ୍ୟାର ହମେ କିସ ମୋଡ ପେ ଲେ ଆୟା ଭଳି ଗୀତରେ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More