Only for Entertainment

୧୦୦ କୋଟି କ୍ଲବରେ ସାମିଲ ହେଲା ସାହିଦଙ୍କ ଫିଲ୍ମ ‘କବିର ସିଂ’

google
20

ବଲିଉଡ ଅଭିନେତା ସାହିଦ କପୁରଙ୍କ ଫିଲ୍ମ ‘କବିର ସିଂ’ ମାତ୍ର ପାଂଚ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ୨୫ ମଇ ଅର୍ଥାତ ରିଲିଜ ହେବାର ପଂଚମ ଦିନରେ ମଧ୍ୟ ଫିଲ୍ମ ଧୂଆଁଧାର କଲେକ୍ସନ କରିଥିଲା । ୨୦.୨୧ କୋଟି ସହିତ ବକ୍ସ ଅଫିସ ଓପନିଂ କରି କବିର ସିଂ ଫିଲ୍ମ ଭାରତ ପରେ ଦ୍ୱିତୀୟ ବଡ ଓପନିଂ ପ୍ରମାଣିତ ହୋଇଛି ।

‘ବକ୍ସ ଅଫିସ ଇଣ୍ଡିଆ’ ୱେବ ସାଇଟ ଅନୁସାରେ ସାହିଦ କପୁରଙ୍କ ଫିଲ୍ମ ‘କବିର ସିଂ’ ପଂଚମ ଦିନରେ ୧୬ କୋଟି ଆୟ କରି ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଫିଲ୍ମ ପାଂଚ ଦିନରେ ସମୁଦାୟ ୧୦୪ କୋଟି ଆୟ କରିଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ କହିବା ଅନୁସାରେ କବିର ସିଂ ବର୍ଷର ସବୁଠାରୁ ବଡ ଫିଲ୍ମ ଯେପରି ଭାରତ, କେଶରୀ, ଟୋଟାଲ ଧମାଲ ଏବଂ ଗଲିବୟ ଠାରୁ ଭାଲ ଟ୍ରେଣ୍ଡ କରୁଛି । କବିର ସିଂ ହିନ୍ଦୀ ଭାଷା ବ୍ୟତିତ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁର ସିନେମା ଘରେ ମଧ୍ୟ ଭଲ ବଜନେସ କରୁଛି । କହିବା ଭୁଲ ହେବ ନାହିଁ ଯେ, କବିର ସିଂର ସଫଳତା ସାହିଦଙ୍କ କ୍ୟାରିଅରକୁ ନୂଆ ଦିଗ ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More