Only for Entertainment

ସାହିଦ କପୁର ନୁହଁନ୍ତି ‘କବିର ସିଂ’ ପାଇଁ ଏହି ଅଭିନେତା ଥିଲେ ନିର୍ମାତାଙ୍କ ପ୍ରଥମ ପସନ୍ଦ

google
47

ବଲିଉଡ ଅଭିନେତା ସାହିଦ କପୁର ଖୁବ ଶୀଘ୍ର ଫିଲ୍ମ ‘କବିର ସିଂ’ରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ କରାଯାଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏପରି ସାହିଦଙ୍କ ଦମଦାର ଅଭିନୟକୁ ଖୁବ ପ୍ରଶଂସା ମିଳିଛି । ଇତି ମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ଏହି ଫିଲ୍ମରେ ମେକର୍ସ ସାହିଦଙ୍କୁ ନୁହେଁ ବରଂ ଆଉ ଜଣେ ଅଭିନେତାଙ୍କୁ ଦେଖିବାକୁ ଚାହୁଁଥିଲେ । ଆଜ୍ଞା ହିଁ ଫିଲ୍ମ ପାଇଁ ସାହିଦ ମେକର୍ସଙ୍କ ପ୍ରଥମ ପସନ୍ଦ ନଥିଲେ । ମେକର୍ସ ଫିଲ୍ମରେ ଅର୍ଜୁନ କପୁରଙ୍କୁ ନେବା ପାଇଁ ଚାହୁଁଥିଲେ । ଏହା ଖୋଦ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ଭାଙ୍ଗା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସାହିଦ ଫିଲ୍ମ ସହିତ ପରଥମରୁ ଜଡିତ ଥିବାରୁ ଅନ୍ୟ ଆକ୍ଟର ବିଷୟରେ ଭାବିବା ଭୁଲ ହେବ ।

କହିରଖୁଛୁ ଯେ, ଫିଲ୍ମ ‘କବିର ସିଂ’ ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଫିଲ୍ମରେ ସାହିଦଙ୍କ ଅପୋଜିଟରେ କିଆରା ଆଡଭାଣୀ ନଜର ଆସିବେ । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More