Only for Entertainment

ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଡ଼ାଇ ପନିର

ndtv food
40

ପ୍ରଥମେ ଏକ ପାତ୍ରରେ କଟା ପନିର ନିଅନ୍ତୁ । ସେଥିରେ କିଛି ଲୁଣ, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ । ଏବେ ଏହି ମ୍ୟାରିନେଟ ପନିରକୁ କିଛି ସମୟ ଘୋଡ଼ାଇ ରଖନ୍ତୁ । ଏହାପରେ ଛାଣି ଦିଅନ୍ତୁ । ବର୍ତ୍ତମାନ କଡ଼ାଇରେ ତେଲ ପକାଇ ଗରମ କରନ୍ତୁ । ସେଥିରେ ଚାରିକୋଣିଆ କଟା ହୋଇଥିବା କ୍ୟାପସିକମକୁ ଭାଜନ୍ତୁ । ଏହାପରେ ପିଆଜକୁ ସାମାନ୍ୟ ଭାଜି ବାହାର କରନ୍ତୁ । ଏବେ କଡ଼ାଇରେ ବଟର ପକାନ୍ତୁ । ବଟର ଗରମ ହେବା ପରେ ସେଥିରେ ଜିରା,କଟା ପିଆଜ, ଟାମାଟୋ, ଗୋଲମରିଚ, ଗୁଜୁରାତି, କାଜୁ,ଲଙ୍କା ଗୁଣ୍ଡ,ଲୁଣ ଓ ହଳଦୀ ପକାଇ ଭାଜନ୍ତୁ । ଏହା ଭାଜିହେବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଗ୍ରାଇଣ୍ଡିଂ କରନ୍ତୁ । ଏବେ କଡ଼ାଇରେ ବଟର ପକାନ୍ତୁ । ଏଥିରେ ଗ୍ରାଇଣ୍ଡିଂ କରି ରଖିଥିବା ଗ୍ରେଭି ପକାନ୍ତୁ । ଏହାପରେ ଭଲ ଭାବରେ କଷନ୍ତୁ । ସେଥିରେ ରଖିଥିବା କ୍ୟାପସିକମ,ପିଆଜ ଓ ପନିର ପକାନ୍ତୁ । ଭଲ ଭାବରେ କଷି ହୋଇ ତେଲ ଉପରେ ଭାସିବା ପରେ କିଛି ଫ୍ରେଶକ୍ରିମ ପକାନ୍ତୁ । ଏହା ପରେ କସ୍ତୁରୀ ମେଥି ଏବଂ ସାମାନ୍ୟ କରି ପାଉଡର ପକାଇ ଆଂଚ ବନ୍ଦ କରି ଦିଅନ୍ତୁ । ଏହିଭଳି ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଡ଼ାଇ ପନିର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More