Only for Entertainment

କାଦମ୍ବିନୀ ମିଡିଆ ଦ୍ୱାରା ପ୍ରସ୍ତୁତ ହେଉଛି ଏକ ନିଆରା ଫିଲ୍ମ ।

kadambini magazine
0 51

ଦୁଇ ଦୁଇଟି ଆକର୍ଷଣୀୟ ପ୍ରାମାଣିକ ସିନେମା ଭେଟି ଦେବା ପରେ କାଦମ୍ବିନୀ ମିଡିଆ ପ୍ରଥମ ଥର ପାଇଁ ପ୍ରସ୍ତୁତ କରିବାକୁ ଯାଉଛି କମର୍ସିଆଲ୍ ଫିଲ୍ମ । ନିକଟରେ ରାଜଧାନୀ ଭୁବନେଶ୍ୱର ଏକ ହୋଟେଲରେ କାଦମ୍ବିନୀ ମିଡିଆ ପକ୍ଷରୁ ଏହି ସିନେମାର ଘୋଷଣା କରାଯାଇଛି । ଫିଲ୍ମର ଟାଇଟେଲ ରହିଛି ଶେଫାଳି । ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ପରିଚିତ ଚେହେରା ନଜର ଆସିଥିଲେ ଏହି ଅବସରରେ । ଓଲିଉଡର ବଛା ବଛା ସୁନ୍ଦରୀ ନିଜ ଗ୍ଲାମରସ ଅନ୍ଦାଜ ସହ ପହଁଚିଥିଲେ । ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପୁନମ୍ ମିଶ୍ର, ଗାର୍ଗି ମହାନ୍ତି, ବିଦୁସ୍ମିତା, ଶୀତଲ୍, ପିଙ୍କି ପ୍ରିୟଦର୍ଶିନୀ, ଶୀବାନୀ ଆଦି ଅନେକ ନାୟିକା ନଜର ଆସିଥିଲେ । ସେପଟେ ଅଭିନେତା ଶ୍ରୀତମ, ବୁଲୁ, ବିଜୟ ମହାନ୍ତି, ଉତମ ମହାନ୍ତି ଏହାଛଡା ମ୍ୟୁଜିକ ଦୁନିଆର ବି ବେଶ ପରିଚିତ ଚେହେରା ନଜର ଆସିଥିଲେ ଏହି ଅବସରରେ ।
hqdefault (1)ନିଜର ଏହି ପ୍ରଥମ କାଦମ୍ବିନୀ ମିିଡିଆର ମୁଖ୍ୟ ଡକ୍ଟର୍ ଇତି ସାମନ୍ତ ଏବଂ କିଟ୍ ଓ କିସ୍ର ଫାଉଣ୍ଡର୍ ଡକ୍ଟର୍ ଅଚ୍ୟୁତ ସାମନ୍ତ ଏହି ସିନେମାର ଘୋଷଣା କରିଛନ୍ତି । ଏହି ଅପକିମଂ ସିନେମା ବିଷୟରେ ଅନ୍ୟ କୌଣସି ଘୋଷଣା କରାଯାଇ ନଥିବା ବେଳେ କେବେଳ ଏତିକି ସୂଚନା ମିଳିଛି, ଫିଲ୍ମର କାହାଣୀ ଲେଖିଛନ୍ତି ଡକ୍ଟର ଇତି ସାମନ୍ତ । ତେବେ କମର୍ସିଆଲ୍ ସିନେମାରେ କାଦମ୍ବିନୀ ମିଡିଆର ପ୍ରବେଶକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁ କଳାକାର ବେଶ ଖୁସି ପ୍ରକାଶ କରିଛନ୍ତି ।

ଦୀର୍ଘ ବର୍ଷ ଧରି ଓଡିଆ ମାଗାଜିନ କାଦମ୍ବିନୀ ଜରିଆରେ ଓଡିଶା ବାସୀଙ୍କୁ ମନୋରଂଜନ ପରଷି ଆସୁଥିବା କାଦମ୍ବିନୀ ମିଡିଆ ଏବେ ଭେଟି ଦେବ ସିନେମା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More