Only for Entertainment

କାଦରଙ୍କ ଶେଷ ଇଚ୍ଛା ହୋଇପାରିଲାନି ପୂର୍ଣ୍ଣ ! ଜାଣନ୍ତୁ କ’ଣ ଥିଲା ତାଙ୍କର ଅନ୍ତିମ ଇଚ୍ଛା

india
23

ଚାହୁଁ ଚାହୁଁ ବଲିଉଡ୍‌ର ବଳିଷ୍ଟ ଚେହେରା କାଦର ଖାନଙ୍କ ମୃତ୍ୟୁକୁ ଏକ ସପ୍ତାହ ହୋଇଗଲାଣି। କାଦରଖାନଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ନେଇ ସୋସିଆଲ୍‌ ମିଡିଆରେ ଗୁଜବ ଛାଇ ଯାଇଥିଲା। ଏହା ଏକ ଗୁଜବ ଖବର ବୋଲି କାଦରଙ୍କ ବଡ଼ ପୁଅ ସର୍‌ଫରାଜ ଖାନ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ମାତ୍ର ସେହି ଗୁଜବ ସତ ହୋଇଗଲା ମାତ୍ର ଗୋଟିଏ ଦିନ ଛାଡ଼ି। ସତକୁ ସତ ଦେଶ ନୂଆ ବର୍ଷ ପାଳିବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଶଂସକଙ୍କୁ ମିଳିଥିଲା କାଦରଙ୍କ ପରଲୋକ ପରି ଦୁଃଖଦ ଖବର।

ତେବେ, କାଦର ତାଙ୍କ ଶେଷ ମୁହୂର୍ତ୍ତରେ ବଡ଼ ପୁଅ ସରଫରଜଙ୍କୁ ଚୁମ୍ବନ ଦେବାକୁ ଚାହୁଥିଲେ ବୋଲି ତାଙ୍କ ପୁଅ ଏବେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଚେଷ୍ଟା କରି ମଧ୍ୟ ବଳ ପାଇନଥିବା ହେତୁ ସେ କରି ପାରିନଥିଲେ। ଏକଥା କହିବା ବେଳେ କାଦରଙ୍କ ପୁଅ ସରଫରଜ କାନ୍ଦ କାନ୍ଦ ହୋଇ ଯାଇଥିଲେ। ମୃତ୍ୟୁ ବେଳକୁ କାଦରଙ୍କୁ ୮୧ ବର୍ଷ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More