Only for Entertainment

ଅଲୁ ଅର୍ଜୁନ ଏହି ଅଭିନେତ୍ରୀଙ୍କ ସହ କରିବାକୁ ଚାହୁଁଛନ୍ତି ଏହି କାମ, ହିରୋଇନ କଲେ ୧କୋଟି ଟଙ୍କା ଦାବି ! !

86

ଅଲୁ ଅର୍ଜୁନ ସବୁଠାରୁ ଷ୍ଟାଇଲିସ ଅଭିନେତାଙ୍କ ତାଲିକାରେ ସାମିଲ ଅଛନ୍ତି । ସାଉଥ ଫିଲ୍ମ ସହ ବଲିଉଡ ଦର୍ଶକ ମଧ୍ୟ ଅଲୁ ଅର୍ଜୁନଙ୍କ ଫିଲ୍ମର ଅନେକ ଦିୱାନା ରହିଛନ୍ତି । ନିକଟରେ ନିଜ ଆଗାମୀ ଫିଲ୍ମ ‘ଅଲା ବୈକୁଣ୍ଠପୁରମଲୋ’ରେ ବ୍ୟସ୍ତ ଅଛନ୍ତି । ତାଙ୍କର ଏହି ଫିଲ୍ମରେ ଏକ ଆଇଟମ ଗୀତର ଆବଶ୍ୟକତା ରହିଛି, ଯାହାକୁ ନେଇ ସେ କାଜଲ ଅଗ୍ରୱାଲଙ୍କ ନାଁ’ରେ ଅଟକି ଯାଇଛନ୍ତି ।

ଅସଲରେ ମିଡିଆ ସହ କଥା ହୋଇ ଅଲୁ ଅର୍ଜୁନଙ୍କ ବାପା ଏବଂ ତାଙ୍କ ଫିଲ୍ମ ପ୍ରଡ୍ୟୁସର ଅଲୁ ଅରବିନ୍ଦ କହିଛନ୍ତି ଫିଲ୍ମ ‘ଅଲା ବୈକୁଣ୍ଠପୁରମଲୋ’ରେ ଏକ ଆଇଟମ ନମ୍ବର ହେବା ନିହାତି ଜରୁରୀ । ଯେଉଁକାରଣରୁ ଫିଲ୍ମ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସ ଅନସୁୟା ଭରଦ୍ୱାଜ କିମ୍ବା ରଶ୍ମିଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି , କିନ୍ତୁ ଅଲୁ ଅର୍ଜୁନ ଏହି ଆଇଟମ ନମ୍ବର କାଜଲ ଅଗ୍ରୱାଲଙ୍କ କରିବାକୁ ଚାହୁଁଛନ୍ତି ।

ସେହିଭଳି ଏହି ଗୀତରେ କାଜଲ ଏକ କୋଟି ଦାବି କରିଥିଲେ , ତଥାପି ତାଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି ଅଲୁ । ଏଭଳି କରିବା କାରଣ କେବଳ ତାଙ୍କୁ ହିଁ ଜଣାଥିବ । କିନ୍ତୁ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସଙ୍କୁ ଏହି ଦାବି ଟଙ୍କା କିଛି ଅଧିକ ଲାଗୁଥିବା ବେଳେ , ଏହା ସମୟ ହିଁ କହିବ ଏହି ଗୀତ କାଜଲ କରିବେ କି ଆଉ କିଏ !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More