Only for Entertainment

ଦୀପିକା ଏବଂ ପ୍ରିୟଙ୍କାଙ୍କ ପରେ ବିବାହ ପ୍ଲାନିଂ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ, ଏହି ବ୍ୟକ୍ତିଙ୍କ ସହ କରିବାକୁ ଚାହାନ୍ତି ବିବାହ !

71

ଦକ୍ଷିଣ ଭାରତର ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ପ୍ଲାନିଂ କରୁଛନ୍ତି । କାଜଲ ଅଗ୍ରୱାଲଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସେ ଖୁବଶୀଘ୍ର ବିବାହ କରିବା ପାଇଁ ପ୍ଲାନିଂ କରିଛନ୍ତି । ଏ ସମ୍ପର୍କରେ ନିଜେ ଏକ ଶୋ’ରେ କହିଛନ୍ତି କାଜଲ ।

କାଜଲ ଅଗ୍ରୱାଲ ତାଙ୍କ ବିବାହର ପ୍ଲାନ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ହଁ ସେ ବିବାହ ପ୍ଲାନ କରୁଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ନିଜ ସ୍ୱାମୀଙ୍କ ପାଖରେ କେଉଁ ଗୁଣ ଚାହାନ୍ତି , କାଜଲ ଏହାର ପ୍ରତ୍ୟୁତ୍ତରରେ କହିଛନ୍ତି ଯେ ଅନେକ ସାରା ଗୁଣ ହେବା ଜରୁରୀ, ସେ ପଜିସିଭ ହେବା ଜରୁରୀ,ଦାୟିତ୍ୱବାନ ଏବଂ ଆଧ୍ୟାତ୍ମ ହେବା ଜରୁରୀ ।

କାଜଲ ଖୁବ ଆଧ୍ୟାତ୍ମିକ ଭଳି ଏବଂ ସେ ଭଗବାନ ଶିବଙ୍କ ମୂର୍ତ୍ତି ସବୁବେଳେ ନିଜ ପାଖରେ ରଖିଥାଆନ୍ତି ବୋଲି କାଜଲ ଅଗ୍ରୱାଲ କହିଛନ୍ତି । କାଜଲଙ୍କୁ ଯେତେବେଳେ କିଲ, ହୁକ ଅପ ଏବଂ ବିବାହ ଉପରେ ପ୍ରଶ୍ନ କରାଗଲା ସେ ଉତ୍ତରରେ କହିଛନ୍ତି ରାମ ଚରଣଙ୍କୁ ମାରିବାକୁ ଚାହିଁବେ , ଏନ ଟି ରାମା ରାଓଙ୍କ ସହ ହୁକ ଅପ ଏବଂ ବିବାହ ପ୍ରଭାସଙ୍କୁ କରିବାକୁ ଚାହିଁବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More