Only for Entertainment

ମୁମ୍ବାଇ ସାଗାରେ ଜନ ଅବ୍ରାହମଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ !

116

ବଲିଉଡ ନିର୍ଦ୍ଦେଶକ ସଂଜୟ ଗୁପ୍ତା କିଛି ଦିନ ହେବ ଘୋଷଣା କରିଛନ୍ତି ଯେ ୬ବର୍ଷର ଦୂରତା ପରେ ମୁମ୍ବାଇ ସାଗା ନା’ରେ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଯେଉଁଥିରେ ଜନ ଅବ୍ରାହମ, ସୁନୀଲ ସେଟ୍ଟୀ, ଜ୍ୟାକି ଶ୍ରଫ, ଗୁଲସନ ଗ୍ରୋବର, ରୋହିତ ସେଟ୍ଟୀ, ସୁନୀଲ ସୋନି, ଅମୋଲ ଗୁପ୍ତେ ଏବଂ ପ୍ରତିକ ବବରଙ୍କ ଭଳି କଳାକାର ନଜର ଆସିବେ । ନିର୍ଦ୍ଦେଶକ ସଂଜୟ କିଛି ଦିନ ହେବ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି, ଯାହାର ପ୍ରଥମ ସିଡ୍ୟୁଲରେ ଜନ ଅବ୍ରାହମ ମଧ୍ୟ ନଜର ଆସିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ଜଣେ ଅଭିନେତ୍ରୀ ମଧ୍ୟ ଅନେକ ଦିନ ପରେ ବଲିଉଡରେ ଏଂଟ୍ରି କରୁଛନ୍ତି । ସେ ଆଉ କେହି ନୁହଁନ୍ତି କାଜଲ ଅଗ୍ରୱାଲ । ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ କାଜଲଙ୍କ ଦସ୍ତଖତ ନେଇଛନ୍ତି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ କାଜଲ ଅଗ୍ରୱାଲଙ୍କୁ ବଲିଉଡରେ ଶେଷ ଥର ପାଇଁ ‘ଦୋ ଲଫ୍ଜ କି କାହାନୀ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଦୀପକ ତିଜୋରୀ ପ୍ରସ୍ତୁତ କରିଥିଲେ । ଫିଲ୍ମରେ କାଜଲ ଜଣେ ଦୃଷ୍ଟିହୀନ ମହିଳାଙ୍କ ଭୂମିକାରେ ନଜର ଆସିଥିଲେ । ମାତ୍ର ଫିଲ୍ମ ଏତେମାତ୍ରାରେ ଦର୍ଶକଙ୍କୁ ପସନ୍ଦ ଆସିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More