Only for Entertainment

ଅଜୟ ଦେବଗନ ନୁହଁନ୍ତି ବରଂ ଏହି ଅଭିନେତା ଥିଲେ କାଜୋଲଙ୍କ କ୍ରଶ !

79

ବଲିଉଡ ଅଭିନେତ୍ରୀ କାଜୋଲ ଏବଂ କରଣ ଜୋହର ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଂଚିଥିଲେ , ଯେଉଁଠି ସେ ଖୁବ ମସ୍ତି କରିଥିଲେ । କପିଲଙ୍କ ଶୋ’ରେ ସେ ଏକ ଖୁଲାସା କରିଥିଲେ । କପିଲ ଶର୍ମା ମଜାକିଆ ଅନ୍ଦାଜରେ ତାଙ୍କୁ ତାଙ୍କ କ୍ରଶ ବିଷୟରେ ପଚାରିବାରୁ ସେ ଉତ୍ତରରେ କହିଲେ ଯେ ଅଜୟ ଦେବଗନ ତାଙ୍କର କ୍ରଶ ନଥିଲେ ବରଂ ସେ ଅକ୍ଷୟ କୁମାରଙ୍କୁ ଲାଇକ କରୁଥିଲେ ।

ଏହି କଥା ସାମ୍ନାକୁ ଆସିବାରୁ ସେଠାରେ ଉପସ୍ଥିତ ଥିବା ଦର୍ଶକ ଆଶ୍ଚର୍ଯ୍ୟ ହେବା ସହ ଜୋରରେ ହସିବାକୁ ଲାଗିଥିଲେ । ଏହିକଥାରୁ କରଣ ଜୋହର କହିଥିଲେ ଯେତେବେଳେ କାଜୋଲଙ୍କ ସହ ତାଙ୍କର ଗଭୀର ବନ୍ଧୁତା ନଥିଲା ସେ ଏକ ଫିଲ୍ମ ପ୍ରିମିୟରରେ ଦେଖିଥିଲେ ଯେ କାଜୋଲଙ୍କ ନଜର ଅକ୍ଷୟଙ୍କୁ ଖୋଜୁଥିଲା । ଏହିକଥା କରଣ ସେହି ପ୍ରିମିୟରରେ ନୋଟିସ କରିଥିଲେ । କପିଲଙ୍କ ଶୋ’ରେ କାଜୋଲ ଏବଂ କରଣ ଜୋହର ଖୁବ ମସ୍ତିମଜାକ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More