Only for Entertainment

ସର୍ଜରୀ ପରେ ଏବେ ଏଭଳି ଦିଶୁଛନ୍ତି କାଜୋଲଙ୍କ ମା’ ,ଅସୁସ୍ଥତାକୁ ପଛରେ ପକାଇ ହସୁଥିବାର ନଜର ଆସିଲେ !

24

ବଲିଉଡ ଅଭିନେତ୍ରୀ କାଜୋଲଙ୍କ ବିଗତ ଦିନ କିଛି ଠିକ୍ ଠାକ ଚାଲି ନାହିଁ । ଯେଉଁଠି ୨୭ମେ’ରେ ବୀରୁ ଦେବଗନଙ୍କ ନିଧନ ହୋଇଥିଲା । ଏହାପରେ ତାଙ୍କ ମା’ ତନୁଜା ମୁଖାର୍ଜୀ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ମୂମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିଲା ଯେଉଁକାରଣରୁ ସର୍ଜରୀ କରାଯାଇଥିଲା । ଲୀଲାବତୀ ହସ୍ପିଟାଲର ଜଣେ ଅଧିକାରୀ କହିଥିଲେ ସର୍ଜରୀ ପରେ ଏବେ ତନୁଜା ସୁସ୍ଥ ଅଛନ୍ତି ।

ସର୍ଜରୀ ପରେ କାଜୋଲ ତାଙ୍କ ମା’ ତନୁଜାଙ୍କ ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ତନୁଜା ଖୁବ ଦୁର୍ବଳ ନଜର ଆସିଛନ୍ତି । ମାତ୍ର ତାଙ୍କ ଚେହେରାରେ ହସ କହୁଛି ଯେ ସେ ଏବେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି । ଫଟୋ ଶେୟାର କରି କାଜୋଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କାରଣ ଲୋକଙ୍କ ଆର୍ଶୀବାଦରୁ ତାଙ୍କ ମା’ ଖୁବ ଶୀଘ୍ର ସୁସ୍ଥ ହୋଇପାରଛନ୍ତି ।

୭୫ବର୍ଷର ତନୁଜାଙ୍କୁ ଡାୟବର୍ଟିକୁଲା ରୋଗ କାରଣରୁ ପେଟରେ ଯନ୍ତ୍ରଣା ଅନୂଭବ ହେଉଥିଲା । ଯେଉଁକାରଣରୁ ତାଙ୍କ ପେଟର ସର୍ଜରୀ କରାଯାଇଥିଲା । ଡାୟବର୍ଟିକୁଲା ଏକ ଏଭଳି ରୋଗ ଯେଉଁଥିରେ ଅନ୍ତବୁଜୁଳାରେ ଜମାଟ ଦେଖାଯାଏ । ଡାୟବର୍ଟିକୁଲା କାରଣରୁ ପେଟରେ କଷ୍ଟ ବ୍ୟତୀତ , ଡାଇରିଆ ଏବଂ ଜ୍ୱର ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More